ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ : ବିଜୟନଗରମ୍‌ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ

Advertisment
ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ : ବିଜୟନଗରମ୍‌ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ ଜିଲ୍ଲାପାଳ

OdishaTV

କୋରାପୁଟ : ଓଡ଼ିଶାରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ ନେଇ ଶୁକ୍ରବାର ଆନ୍ଧ୍ରପ୍ରଦ‌େଶ ବିଜୟନଗରମ୍‌ର ଜିଲ୍ଲାପାଳ ଡ. ଏମ ହରି ଜୱାହାରଲାଲଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତର। ବେଆଇନ ଭାବେ ଆନ୍ଧ୍ର ସରକାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମପଞ୍ଚାୟତରେ ନିର୍ବାଚନ କରୁଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଚିଠି ନମ୍ବର ୧୬୪/ ରେସ୍‌/ ୧୨/୨/୨୦୨୧ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୭୨/ ୨୦୨୧ରେ କୋର୍ଟ ଆଦେଶ ଅବମାନନା ପିଟିସନ ଦାଖଲ ହୋଇଛି। ଏହାର ଶୁଣାଣୀ ଆସନ୍ତା ଶୁକ୍ରବାରଦିନ ହେବାକୁ ରହିଥିବାବେଳେ କୋର୍ଟ ଆନ୍ଧ୍ର ପ୍ରଦେଶକୁ ପକ୍ଷ ରଖିବାକୁ ସୁଯୋଗ ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ଆନ୍ଧ୍ର ପ୍ରଦେଶ ତା’ର ପୂର୍ବ ଯୋଜନା ମୁତାବକ ଯିବା ସହ କାର୍ଯ୍ୟର ଫଳାଫଳକୁ ମଧ୍ୟ ଫଲୋ କରିବ ବୋଲି କୁହାଯାଇଛି। ତେବେ ଆଜି ଏହି ଅଞ୍ଚଳରେ ନିର୍ବାଚନ ରହିଛି। କୋର୍ଟଙ୍କ ଆଦେଶକୁ ଅବମାନନା ନ କରିବା ସହ ଏଥିରୁ ବିରତ ରହିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe