ଓଡ଼ିଶାରେ କେନାଲ ସଫା କରୁଛନ୍ତି ଆନ୍ଧ୍ର ଚାଷୀ, ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଲୋକେ

ଓଡ଼ିଶାରେ କେନାଲ ସଫା କରୁଛନ୍ତି ଆନ୍ଧ୍ର ଚାଷୀ, ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଲୋକେ
ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଜଙ୍ଗଲପାଢୁ ଗ୍ରାମ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଟ୍ନ ସାଗର କେନାଲଟିକୁ ପୁଣୀ ଆନ୍ଧ୍ର ପ୍ରଦେଶର ଚାଷୀ ସଫା କରୁଛନ୍ତି। ଏହା ଦ୍ବାରା ଉପକୃତ ହେଉଛନ୍ତି ଉଭୟ ରାଜ୍ୟର ଚାଷୀମାନେ। ଏ ପରି ସ୍ଥଳେ ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟର କେନାଲ ତଥା ଜଳାଶୟ ଗୁଡ଼ିକ ପ୍ରତି କେତେ ଯତ୍ନବାନ ତାହା ସହଜରେ ଅନୁମେୟ।
ତେବେ ଆନ୍ଧ୍ର ଚାଷୀମାନଙ୍କ ଏପରି ସଫେଇ କାର୍ଯ୍ୟ ନୂଆ ନୁହେଁ। ଏହି ଅଞ୍ଚଳରେ ବିଗତ ୩୦ରୁ ୪୦ ବର୍ଷ ଧରି କେନାଲର ରକ୍ଷଣାବେକ୍ଷଣ ଏବଂ ଜଙ୍ଗଲ ସଫା କରିଆସୁଥିବାର ଜଙ୍ଗଲପାଢୁ ଗ୍ରାମ ଚାଷୀମାନେ ପ୍ରକାଶ କରିଛନ୍ତି। କେନାଳ ଗୁଡ଼ିକର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ କ୍ଷୁଦ୍ର ଜଳସେଚନ ବିଭାଗୀୟ ପକ୍ଷରୁ କରାଯାଉନି। ଜିଲ୍ଲାର ଗୋଷାଣି ବ୍ଳକରେ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ସହ ସମତଳିଆ ଜମି, ଜଳସେଚନ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିଲେ ହେଁ ବିଭାଗର ଖାମଖିଆଲି ନୀତି ଯୋଗୁ ସବୁପ୍ରକାର ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି। କ୍ଷୁଦ୍ର ଜଳସେଚନ ବିଭାଗର ଏପରି ଉଦାସୀନତା ମୋନଭାବ ଯୋଗୁଁ ଗୋଷାଣି ବ୍ଳକର ଚାଷୀମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି। କେଉଁଠି ଚାଷୀମାନେ କେନାଳ ସଫେଇ କରୁଛନ୍ତି ତ ଆଉ କେଉଁଠି ଆନ୍ଧ୍ରର ଚାଷୀମାନେ ଆସି ଓଡ଼ିଶା ତଥା ଗଜପତି ଜିଲ୍ଲା ସୀମାନ୍ତ କେନାଲ ଗୁଡିକ ସଫେଇ କରୁଥିବାର ବହୁ ନଜିର ରହିଛି। ଏହି ଆନ୍ଧ୍ରର ଚାଷୀମାନେ ଓଡ଼ିଶା ସୀମା ତଳି ଅଞ୍ଚଳରେ ଥିବା ନିଜ ନିଜ ଚାଷ ଜମିକୁ ଜଳସେଚିତ କରୁଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe