ଅବସରପ୍ରାପ୍ତ ସେନା ଅଧିକାରୀ କେପି ଧଳସାମନ୍ତଙ୍କ ବି‌ୟୋଗରେ ଆନ୍ଧ୍ର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀଙ୍କ ଶୋକ

Advertisment
ଅବସରପ୍ରାପ୍ତ ସେନା ଅଧିକାରୀ କେପି ଧଳସାମନ୍ତଙ୍କ ବି‌ୟୋଗରେ ଆନ୍ଧ୍ର ରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଅବସରପ୍ରାପ୍ତ ସେନା ଅଧିକାରୀ କେପି ଧଳସାମନ୍ତଙ୍କ ବି‌େୟାଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀ ହରିଚନ୍ଦନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଦେଶମାତୃକାର ସେବା ଓ ସୁରକ୍ଷା ପାଇଁ ଏ ଜାତି ତାଙ୍କୁ ସର୍ବଦା ମନେ ରଖିବ। ତାଙ୍କର ସାମରିକ ଓ ସାମାଜିକ କାର୍ଯ୍ୟ ପାଇଁ ଓଡ଼ିଶାବାସୀ ଗର୍ବିତ। ତାଙ୍କ ପରି ଜଣେ କର୍ମନିଷ୍ଠ, ମିଷ୍ଟଭାଷୀ ଓ ଭଲ ମଣିଷଙ୍କ ଅକାଳ ବିୟୋଗରେ ଓଡ଼ିଶା ତଥା ଦେଶର ଅପୂରଣୀୟ କ୍ଷତି ଘଟିଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶ୍ରୀ ଧଳସାମନ୍ତ ଦେଶର ମିଲିଟାରି ଅପରେସନ୍‌ର ଜଣେ ବିଶିଷ୍ଟ ବ୍ୟକ୍ତିତ୍ବ ଥିଲେ। ଓଡ଼ିଶାର ସେ ଜଣେ ଦୃଢ଼ ସମର୍ଥକ ଥିଲେ। ସାମରିକ ବାହିନୀର ସଂସ୍କୃତି ଓ ମୂଲ୍ୟବୋଧର ସେ ପ୍ରତୀକ ଥିଲେ। ତାଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କେ ପି ଧଳସାମନ୍ତଙ୍କ ବି‌େୟାଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସ‌ମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe