କୋରାପୁଟ: ଓଡ଼ିଶାର କୋଟିଆ ଉପରୁ ଆନ୍ଧ୍ରପ୍ରଦେଶର ଲୟ ହଟୁ ନାହିଁ। କୋଟିଆକୁ ନେଇ ବିବାଦ ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରଶାସନ ଏଠାକୁ ଆସି ଜନସାଧାରଣଙ୍କୁ ବିଭିନ୍ନ ଯୋଜନା ଓ ସେବା ଆଳରେ ଆକର୍ଷିତ କରୁଛନ୍ତି। ଆନ୍ଧ୍ର ପୁଲିସ କୋଟିଆରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଛି। କୋଟିଆର ନେରେଡିଭାଲସାରେ ସ୍ବାସ୍ଥ୍ୟ ଶିବିର ଲଗାଇ ୪୦୦ ରୋଗୀଙ୍କ ଚିକିତ୍ସା କରିଛି। ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅତିରିକ୍ତ ପୁଲିସ ଅଧୀକ୍ଷକ ସୁନୀଲ ଶାରୋନ୍ଙ୍କ ନେତୃତ୍ବରେ ଏହି ଚିକିତ୍ସା କରାଯାଇଛି। ଶିବିରରେ ସାଲୁର ସିଆଇ ବାଳକୃଷ୍ଣ, କୋଟିଆ ସିଆଇ ରୋହିଣୀପାଠୀ, ସାଲୁର (ଗ୍ରାମାଞ୍ଚଳ) ଏସ୍ଆଇ ଭେଙ୍କଟ ରମଣା ପ୍ରମୁଖ ଉପସ୍ଥିତ ଥିଲେ।
କୋଟିଆ ଉପରେ ଆନ୍ଧ୍ର ସରକାର ନଜର ପକାଇବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି କାମ କରିଥିଲା। ଗତ ଡିସେମ୍ବର ମାସରେ ଆନ୍ଧ୍ର ପ୍ରଶାସନ ମନରେଗା ଫଳକ ପୋତିଥିଲା। କେଉଁ ଉଦ୍ଦେଶ୍ୟରେ ଫଳକ ଆନ୍ଧ୍ର ପ୍ରଶାସନ ସ୍ଥାପନ କଲା ସ୍ଥାନୀୟ ଲୋକ ମଧ୍ୟ ଆଦୌ ଜାଣିପାରି ନଥିଲେ। କୋରାପୁଟ ପ୍ରଶାସନ ଏହି ଫଳକ ସଂପର୍କରେ ବିଳମ୍ବରେ ଅବଗତ ହୋଇଥିଲା।
Follow Us