ଓଡ଼ିଶାରେ ଆନ୍ଧ୍ରର ପୋଖରୀ ଖୋଳା, ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ହେବ ବୈଠକ

Advertisment
ଓଡ଼ିଶାରେ ଆନ୍ଧ୍ରର ପୋଖରୀ ଖୋଳା, ସମାଧାନ ପାଇଁ  ଦୁଇ ରାଜ୍ୟ ମଧ୍ୟରେ ହେବ ବୈଠକ

ରାୟଗଡ଼: ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର-ଓଡ଼ିଶା ବିବାଦ ଅନେକ ଦିନ ହେବ ଚାଲିଆସିଛି। ଆନ୍ଧ୍ର ସୀମାନ୍ତ ଓଡ଼ିଶାର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଚମ୍ପାପୁର ଗ୍ରାମ ନିକଟ ମାଣିକପୁରରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମନରେଗାରେ ଏକ ପୋଖରୀ ଖନନ କାମ ଜାରି ରହିଛି। ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସରକାର ଜବରଦସ୍ତ କାମ ଜାରି ରଖିଛନ୍ତି। ଏହି ପଞ୍ଚାୟତର ବିଭିନ୍ନ ଗାଁରେ ଆନ୍ଧ୍ର ସରକାର ଜନହିତକର ଯୋଜନା ଚଳାଇବା ସହ ଓଡ଼ିଶାର ଲୋକଙ୍କୁ ବିଭିନ୍ନ ବାଟରେ ପ୍ରଲୋଭିତ କରି ଦାଦାଗିରି ଚଳାଇଛି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କେତେକ କାମ ବନ୍ଦ ରଖିବାକୁ ବାଧ୍ୟ ହେଉଛି।

ଏ ନେଇ ଗଜପତି ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ସ୍ପଷ୍ଟ କରିଛନ୍ତି, ପୂର୍ବରୁ ଉକ୍ତ ସ୍ଥାନରେ ଆଦିବାସୀ ବର୍ଗର ଲୋକେ ବସବାସ କରୁଥିଲେ ଏବଂ ସେମାନେ ଗଜପତିର ଆଦିବାସୀ ପରିବାରଙ୍କ ସମ୍ପର୍କୀୟ। ସମସ୍ତେ ମିଳିମିଶି ଚାଷକାର୍ଯ୍ୟ କରି ଆସୁଥିଲେ ଏବଂ ସେ ସମୟରେ କୌଣସି ବିକାଶମୂଳକ କାମ ହୋଇ ନଥିଲା। ସେଥିପାଇଁ ସ୍ଥାନୀୟ ଜନସାଧାରଣ ଜାଣି ପାରୁ ନଥିଲେ ସେ ଜମି କାହାର? କିନ୍ତୁ ପ୍ରଶାସନ ପକ୍ଷରୁ ଯେତେବେଳେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେଲା ସେଥିରୁ ଜଣା ପଡ଼ିଥିଲା, ଅଧିକାଂଶ ଜମି ଓଡ଼ିଶାର। ତେଣୁ ଯେଉଁମାନେ ଉକ୍ତ ସ୍ଥାନରେ ଚାଷକାର୍ଯ୍ୟ ବା ଅନ୍ୟାନ୍ୟ କାର୍ଯ୍ୟ କରି ଆସୁଥିଲେ ବର୍ତ୍ତମାନ ତାହା ପ୍ରଶାସନ ଅଧୀନକୁ ଆସିସାରିଛି।

ମୁଖ୍ୟତଃ ଓଡ଼ିଶାର କିଛି ଜାଗାକୁ ଆନ୍ଧ୍ରର କିଛି ଲୋକ ନିଜ ଦଖଲରେ ରଖିଥିଲେ। ଆନ୍ଧ୍ରର କିଛି ରାଜନେତା ନିଜ ସ୍ୱାର୍ଥ ହାସଲ କରିବା ପାଇଁ ବାରମ୍ବାର ବିବାଦ ସୃଷ୍ଟି କରୁଛନ୍ତି। ଓଡ଼ିଶା ଏବଂ ଆନ୍ଧ୍ରର ମ୍ୟାପ୍‌କୁ ନେଇ କୌଣସି ଦ୍ୱନ୍ଦ୍ବ ନାହିଁ। ଆଗାମୀ କିଛି ଦିନରେ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଚମ୍ପାପୁର, ଗୁଡ଼ିଖୁଡ଼ି, ଅମରିଙ୍ଗ ଏବଂ ବାରଘର ଏହି ପରି ୮ଟି ଗ୍ରାମର ସୀମାରେ ପିଲର୍‌ ନିର୍ମାଣ କରାଯିବ। ସେଥିପାଇଁ ଆନ୍ଧ୍ର ପ୍ରଶାସନ ସହ ଏକ ଜରୁରୀ ବୈଠକ ହେବ ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe