ଆନ୍ଧ୍ର ଲୁଟୁଛି ସମ୍ପଦ: ଓଡ଼ିଶା ସରକାରଙ୍କ କୋଟିକୋଟି ଟଂକାର ରାଜସ୍ବ ହାନୀ

ମୋଟୁ ତହସିଲ ଅଂଚଳରେ ରହିଛି ମୂଲ୍ୟବାନ ଖଣି। ଏହି ଖଣି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି।ମୋଟୁ ଅଂଚଳରେ ମୂଲ୍ୟବାନ ଗ୍ରାନାଇଟ ଓ ପଥର ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏନେଇ କିପରି ଅବଗତ ହୋଇନାହାନ୍ତି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Mkg white quartze stone stolen

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ତହସିଲ ଅଂଚଳରେ ରହିଛି ମୂଲ୍ୟବାନ ଖଣି। ଏହି ଖଣି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି।ମୋଟୁ ଅଂଚଳରେ ମୂଲ୍ୟବାନ ଗ୍ରାନାଇଟ ଓ ପଥର ରହିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଏନେଇ କିପରି ଅବଗତ ହୋଇନାହାନ୍ତି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୋଟୁ ତହସିଲ ଅଂଚଳର ବିନାୟକପୁର ଏବଂ ଆଲମା ଅଂଚଳରୁ ଧଳା କ୍ବାର୍ଜ ପଥର ଲଗାତାର ଆନ୍ଧ୍ରକୁ ଚାଲାଣ ହେଉଛି। କିନ୍ତୁ ଏ ସଂପର୍କରେ ସୁରାକ ମଧ୍ୟ ନା ବନ ବିଭାଗ ପାଇଲା ନା ଜିଲ୍ଲା ପ୍ରଶାସନ।ବଡ ଚତୁରତାର ସହ ଆନ୍ଧ୍ରର ଦଲାଲମାନେ ସ୍ଥାନୀୟ କିଛି ଲୋକଙ୍କୁ ହାତ କରି ଏଠାରୁ କୋଟି କୋଟି ଟଂକାର ମୂଲ୍ୟବାନ ପଥର ଚୋରି କରି ନେଇସାରିଲେଣି। ଏବେ ଶେଷ ସମୟରେ ବନ ବିଭାଗ ତତ୍ପରତା ଦେଖାଇଛି। ଡେରିରେ ହେଲେ ମଧ୍ୟ ବନ ବିଭାଗ ଚେତିଛି ବୋଲି କୁହାଯାଇଛି। ଦୁଇଟି ହାଇଵା ସହ ଗୋଟିଏ ଜେସିବି ଏବଂ ମଟର ସାଇକେଲ ଜବତ କରିଛି। ଏଥିସହ ୬ ଜଣକୁ ଗିରଫ କରି ସେମାନଙ୍କ ଠାରୁ ୮ଟି ମୋବାଇଲ ମଧ୍ୟ ଜବତ କରିଛି।

ତେବେ ଏହି ୬ ଜଣ ବ୍ୟକ୍ତି କେବଳ ଡ୍ରାଇଭର ଏବଂ ଶ୍ରମିକ।କିନ୍ତୁ ମୁଖ୍ୟ ଦଲାଲ ଏବେ ବି ଲୁଚିକି ରହିଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ମିଠା ଖାଇଲା ଭଳି କିଛି ଟଂକା ଦେଇ ଏହି ଧଳା କ୍ବାର୍ଜ ପଥରକୁ ଚୋରା ଚାଲାଣ କରିବାରେ ସଫଳ ହୋଇଛନ୍ତି ଆନ୍ଧ୍ର ଦଲାଲ। ଓଡ଼ିଶା ପାଇଁ ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ଧଲା ପଥର ଚୋରା ଚାଲାଣ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଲୋକେ ଫେରାଦ ହେବା ପରେ ଜିଲ୍ଲା ପ୍ରଶାସନ ଧଳା ପଥର ଥିବା ଅଂଚଳକୁ ସିଲ କରିଥିଲା। ଏହି ଚାଲାଣ କେବେ ଠାରୁ ଚାଲୁଥିଲା, କେତେ ଟ୍ରକ ମାଲ ବାହାରକୁ ଯାଇଛି ଏହାର ହିସାବ କାହା ପାଖରେ ନାହିଁ। ଏଥିରେ ବନ ବିଭାଗର କର୍ମଚାରୀଙ୍କ ଉପରେ ସଂଦେହ ସୃଷ୍ଟି ହେଉଛି। ବନ କର୍ମଚାରୀଙ୍କ ସହ ଦଲାଲ ଭିତିରିଆ ସଂପର୍କ ରଖି ଏଭଳି ଚାଲାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ସମ୍ବାଦରେ ଗତ ସପ୍ତାହରେ ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଛି।

ଗ୍ରାମବାସୀ ମଧ୍ୟ ନିଜ ଅଂଚଳରେ ରହିଥିବା ମୂଲ୍ୟବାନ ପଥର ବିଷୟରେ ଅବଗତ ନଥିଲେ। ଯେତେବେଳେ ସେମାନେ ଏ ସଂପର୍କରେ ଜାଣିଲେ ସବୁ ସରିଯାଇଥିଲା।

ସେହିପରୁ ମୋଟୁ ପୁଲିସର ନାକ ତଳେ ଦେଇ ଏହି ପଥର ଚୋରା ଚାଲାଣ ହେଉଥିଲେ ମଧ୍ୟ କିପରି ପୁଲିସ ଜାଣିପାରିଲା ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ। ଜିଲ୍ଲା ପ୍ରଶାସନ ଏବେ ବି ସଜାଗ ନାହିଁ। ଜିଲ୍ଲାରେ ମୂଲ୍ୟବାନ ଖଣି ଅଂଚଳ ରହିଥିଲେ ମଧ୍ୟ ଏ ସଂପର୍କରେ ଆନ୍ଧ୍ର ଜାଣୁଛି ସିନା ଓଡିଶା ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅବଗତ ହୋଇପାରୁ ନାହିଁ। ସ୍ଥାନୀୟ ଅଂଚଳରେ ରହିଥିବା ଦଲାଲକୁ ତୁରନ୍ତ ଗିରଫ କରିବାକୁ ଦାବି ଉଠିଛି।ମୋଟୁ ସୀମାନ୍ତରେ ପୁଲିସ କ୍ୟାମ୍ପ ରହିବା ସହ ଜିଲ୍ଲାରୁ କଣ କଣ ଯାଉଛି ତାହାର ତଦନ୍ତ କରାଯାଉଥିଲେ ମଧ୍ୟ ଏତେ ଟଂକାର ପଥର ଚୋରା ଚାଲାଣ ହୋଇଗଲା କିପରି ପୁଲିସ ଜାଣିପାରିଲା ନାହିଁ। ସରକାରଙ୍କର କୋଟି କୋଟି ଟଂକାର ରାଜସ୍ବ ହାନି ହେଲା। ଏବେ ବି ମୋଟୁ ତହସିଲର ପୁଶୁଗୁଡା, କୋଟାନପାଲୀ ଅଂଚଳରେ ବହୁ ମୂଲ୍ୟବାନ ପଥର ଓ ଖଣି ରହିଛି, ଯାହାକୁ ଆନ୍ଧ୍ର ଦଲାଲଙ୍କ ଲୋଲୁପ ଦୃଷ୍ଟି ପଡିଥିବା ଜଣାପଡ଼ିଛି। ତୁରନ୍ତ ଏବେ ଠାରୁ କୌଣସି କଡା ପଦକ୍ଷେପ ନନେଲେ ଆଗକୁ ସବୁ ସଂପଦ ଆନ୍ଧ୍ର ଲୁଟିନେବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe