ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ: ତଳଗଞ୍ଜେଇପଦରରେ ବାଣ୍ଟିଲା ଜମି ପଟ୍ଟା

ପୁଣି କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ: ତଳଗଞ୍ଜେଇପଦରରେ ବାଣ୍ଟିଲା ଜମି ପଟ୍ଟା

ପଟ୍ଟାଙ୍ଗି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭଣ୍ଡୁର କରିବାକୁ ଆନ୍ଧ୍ର ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ‌ହୋଇଛି। ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆ ପଞ୍ଚାୟତରେ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କୋଟିଆର ଗଞ୍ଜେଇପଦର ଠାରେ ଆନ୍ଧ୍ର ଏଜେଣ୍ଟ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରି ଗ୍ରାମବାସୀଙ୍କୁ ପଟ୍ଟା ବଣ୍ଟନ କରି ଫେରିଥିବା ଜଣାପଡିଛି।ଆଗାମୀ ଦିନରେ କୋଟିଆରେ ୫୦୦ରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଲକ୍ଷରଖିଛି ଆନ୍ଧ୍ର। କିଛି ଦିନର ନିରବତା ପରେ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନକୁ ଆଖିଆଗରେ ରଖି ଏହିଭଳି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। କୋଟିଆ ପଞ୍ଚାୟତ ବାସୀଙ୍କୁ ଆନ୍ଧ୍ର ମୁହାଁ କରିବାକୁ ପୁଣି ଆରମ୍ଭ କରିଛି ପ୍ରୟାସ। ବର୍ତ୍ତମାନ ଅଧିକାରୀ ମାନେ ସାମାନାକୁ ନ ଆସି ଏଜେଣ୍ଟ ମାନଙ୍କୁ କାମରେ ଲଗେଇ ଥିବା ଦେଖିବାକୁ ମିଳିଛି।

ଓଡିଶା–ଆନ୍ଧ୍ର ପ୍ରଦେଶ ମଧ୍ୟରେ ଦିର୍ଘଦିନ ଧରି ଲାଗିରହିଥିବା ଏକାଧିକ ବିବାଦୀୟ ପ୍ରସଙ୍ଗଗୁଡିକର ସମାଧାନ ପାଇଁ ଗତ ଜାନୁଆରୀ ମାସରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଭର୍ଚ୍ଚୁଆଲ ମୋଡରେ ବୈଠକ କରିଛନ୍ତି। ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କ ସମେତ ଦୁଇ ରାଜ୍ୟ ଦ୍ବାରା ଅଧିକାରୀସ୍ତରୀୟ ବୈଠକ ପାଇଁ ଗଠନ କରାଯାଇଥିବା କମିଟିର ସଦସ୍ୟମାନେ ବୈଠକରେ ଯୋଗଦେଇଥିଲେ।ବୈଠ‌କରେ କୋଟିଆ ‌ଗ୍ରାମପୁଂଜ , ଶକ୍ତି, ଜଳ ସଂପଦ, ଉଚ୍ଚ ଶିକ୍ଷା, ସ୍କୁଲ ଶିକ୍ଷା ଏବଂ ପରିବହନ ସଂପର୍କିତ ପ୍ରସଙ୍ଗଗୁଡିକ ଉପରେ ଦୁଇ ରାଜ୍ୟର ମୁଖ୍ୟ ଶ‌ାସନ ସଚିବମାନେ ବିସ୍ତୁତଭାବେ ଆଲୋଚନା କରିଥିବାର ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe