‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

Advertisment
ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ରାଜ୍ୟପାଳ

photo-newsmobile.in

ଭୁବନେଶ୍ୱର : ସାହିତ୍ୟ ଅକାଦେମି, ନୂଆଦିଲ୍ଲୀ ପକ୍ଷରୁ ୨୦୨୨ ମାର୍ଚ୍ଚ ୨୮ ତାରିଖ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ମର୍ଯ୍ୟାଦାଜନକ ‘ବ୍ୟକ୍ତି ଓ ବହି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଉତ୍ସବରେ ଆନ୍ଧ୍ରପ୍ରଦେଶର ମାନ୍ୟବର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇ ନିଜ ଜୀବନରେ ବହିର ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବେ। ସୂଚନାଯୋଗ୍ୟ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଭାରତର ବହୁ ବିଶିଷ୍ଟ ବ୍ୟକ୍ତି ଯଥା ; ଏଲ୍. ଏମ୍. ସିଂହଭି, କରଣ ସିଂହ, ଅଟଳ ବିହାରୀ ବାଜପେୟୀ, ଇ. ଏମ୍. ଏସ୍. ନମୃଦୀପଦ, ଏମ୍. ବୀରପ୍ପା ମୈାଲ୍ଲୀ, ଜାନକୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଛନ୍ତି।

ପୂର୍ବାହ୍ନ ୧୦ଟାରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ଏକବିଂଶ ଶତାବ୍ଦୀର ଓଡ଼ିଆ ସମାଲୋଚନା ସାହିତ୍ୟ : ପଦ୍ଧତି ଓ ଆଭିମୁଖ୍ୟ’ ଶୀର୍ଷକ ଜାତୀୟ ସଂପାନ ଅନୁଷ୍ଠିତ ହେବ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହି ସଂପାନକୁ ଉଦ୍‌ଘାଟନ କରିବେ। ପ୍ରଖ୍ୟାତ ସମାଲୋଚକ ପ୍ରଫେସର ଦାଶରଥି ଦାସଙ୍କ ସମେତ ବିଶିଷ୍ଟ ଗବେଷକ ଓ ଲେଖକ ଏଥିରେ ଅଂଶଗ୍ରହଣ କରିବେ। ଉଭୟ କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମିର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଓ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ ଉପସ୍ଥିତ ରହିବେ। ଏହି ଉତ୍ସବରେ ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜୀବୀ ଯୋଗଦେବା ନିମନ୍ତେ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe