ଗଜପତିର ଗଙ୍ଗାବାଡ଼ରେ ଆନ୍ଧ୍ରର ମ‌ନରେଗା କାମ, ପ୍ରତିବାଦ କରିବାରୁ ନାଲିଆଖି

Advertisment
ଗଜପତିର ଗଙ୍ଗାବାଡ଼ରେ ଆନ୍ଧ୍ରର ମ‌ନରେଗା କାମ, ପ୍ରତିବାଦ କରିବାରୁ ନାଲିଆଖି

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତରେ ପୁଣି ଆନ୍ଧ୍ର ସରକାରଙ୍କ ଦ୍ବାରା ବନ୍ଦଥିବା ମନରେଗା କାମ ଆରମ୍ଭ ହୋଇଛି। ଓଡ଼ିଶା ସୀମା ଭିତରେ ପଶି ମାଣିକପାଟଣା ମୌଜାରେ ପର୍ବତ କିସମ ଜମିରେ ମଞ୍ଜୁଷା ମଣ୍ତଳର ସାବା ପଞ୍ଚାୟତର ୩୦ ଜଣ ପୁରୁଷ ଓ ମହିଳା ଏଠାରେ କାମ କରୁଛନ୍ତି। ସ୍ଥାନୀୟ ବାସିନ୍ଦା ଅର୍ଥାତ୍‌ ମାଣିକପାଟଣାର ଜନସାଧାରଣ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ସେମାନଙ୍କୁ ଧମକଚମକ ଦିଆଯିବା ସହ ଏହି ବିବାଦୀୟ ସ୍ଥାନଟି ରାଜସ୍ବ ନକ୍ସାରେ ଆନ୍ଧ୍ରପ୍ରଦେଶ ମାଟିରେ ରହିଛି ବୋଲି ଦର୍ଶାଇ କାମ ଚାଲୁ ରଖାଯାଇଛି।

ଯେଉଁ ସ୍ଥାନରେ ନରେଗା ଯୋଜନାରେ ମନ୍ଧୁସା ମଣ୍ତଳର ଲୋକମାନେ କାମ କରୁଛନ୍ତି, ଉକ୍ତ ସ୍ଥାନକୁ ଆଧାର କରି ୨୦୧୯-୨୦ ରେ ଉଭୟ ରାଜ୍ୟର ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ପୁଲିସ ଏବ˚ ଦୁଇ ରାଜ୍ୟର ରାଜସ୍ବ ଅଧିକାରୀ ମାନଙ୍କର ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯାଇଥିଲା। ଉକ୍ତ ଅଞ୍ଚଳ ଓଡ଼ିଶା ସୀମା ମଧ୍ୟରେ ବୋଲି ସ୍ପଷ୍ଟ ମଧ୍ୟ ହୋଇଥିଲା। ମନରେଗା ଯୋଜନାରେ ବନ୍ଧ ଖନନ କରି ପଡ଼ୋଶୀ ରାଜ୍ୟର କିଛି ନିର୍ବାଚିତ ପ୍ରତିନିଧି ଉକ୍ତ ସ୍ଥାନକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରୟାସ କରୁଛନ୍ତି ବୋଲି ମାଣିକପାଟଣାବାସୀ ସୂଚନା ଦେଇଛନ୍ତି।

ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ଏହି ଚକ୍ରାନ୍ତ ପଛରେ ଆନ୍ଧ୍ର ମଞ୍ଜୁଷା ମଣ୍ତଳର ସାବା ଗ୍ରାମ ପଞ୍ଚାୟତ ସମ୍ପାଦକ ମୁଖ୍ୟ କାର୍ପଟଦାର ଓ ଓଡ଼ିଶାର ଜମିକୁ ରାଜସ୍ବ ରେକର୍ଡ଼ରେ ନେଇ ହାତେଇବା ପାଇଁ ଚକ୍ରାନ୍ତ କରୁଛନ୍ତି।

ଗଜପତି ଜିଲ୍ଲାପାଳ ଏହାର ତଦାରଖ ପାଇଁ ପିଡି ଡିଆର୍‌ଡିଏ ଅନାମ ଚରଣ ପାତ୍ରଙ୍କୁ ଗଙ୍ଗାବାଡ଼ ପଠାଇଛନ୍ତି ଓ ରିପୋର୍ଟ ପାଇଁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe