କୋଟିଆରେ ଆନ୍ଧ୍ର ରାଜସ୍ୱ ନିରୀକ୍ଷକ

Advertisment

ଓଡ଼ିଶା ପ୍ରଶାସନ ଉପରେ ଭରସା କଲେନି। ତେଣୁ ଆନ୍ଧ୍ର ଅଧିକାରୀଙ୍କୁ ଜଣାଇଲେ ଗ୍ରାମବାସୀ। ଭୁଲ ସୂଚନା ପାଇ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ରର ରାଜସ୍ବ ନିରୀକ୍ଷକ। ତଦନ୍ତ କରିବା ପରେ ସତ ଜାଣି ଫେରି ଯାଇଛନ୍ତି।

ଓଡ଼ିଶା ପ୍ରଶାସନ ଉପରେ ଭରସା କଲେନି। ତେଣୁ ଆନ୍ଧ୍ର ଅଧିକାରୀଙ୍କୁ ଜଣାଇଲେ ଗ୍ରାମବାସୀ। ଭୁଲ ସୂଚନା ପାଇ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ରର ରାଜସ୍ବ ନିରୀକ୍ଷକ। ତଦନ୍ତ କରିବା ପରେ ସତ ଜାଣି ଫେରି ଯାଇଛନ୍ତି।

sscsf

ପଟାଙ୍ଗି: ଓଡ଼ିଶା ପ୍ରଶାସନ ଉପରେ ଭରସା କଲେନି। ତେଣୁ ଆନ୍ଧ୍ର ଅଧିକାରୀଙ୍କୁ ଜଣାଇଲେ ଗ୍ରାମବାସୀ। ଭୁଲ ସୂଚନା ପାଇ କୋଟିଆରେ ଅନୁପ୍ରବେଶ କଲେ ଆନ୍ଧ୍ରର ରାଜସ୍ବ ନିରୀକ୍ଷକ। ତଦନ୍ତ କରିବା ପରେ ସତ ଜାଣି ଫେରି ଯାଇଛନ୍ତି। ଏହି ଘଟଣା ପରେ କୋଟିଆ ଗ୍ରାମପୁଞ୍ଜରେ ଏବେ ବି ଓଡ଼ିଶାର ପ୍ରଶାସନ ଉପରେ ଲୋକଙ୍କ ଅବିଶ୍ବାସ ରହିଥିବା ଆଲୋଚନା ହେଉଛି। ଓଡ଼ିଶା ସରକାର କୋଟିଆ ପଞ୍ଚାୟତରେ ବିଦ୍ୟୁତ୍‌ ଯୋଗାଣକୁ ବ୍ୟବସ୍ଥିତ କରିବା ଲାଗି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଉପରସେମ୍ବୀ ଗାଁରେ ସବ୍‌ଷ୍ଟେସନ୍‌ ସ୍ଥାପନ ନିମନ୍ତେ ସରକାରୀ ଜମି ଚିହ୍ନଟ କରି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମିରେ ତାର ବାଡ଼ ବୁଲାଯାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ଏହା ଦେଖିବା ପରେ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। କୌଣସି ଘରୋଇ କଂପାନି ଉକ୍ତ ଜମିରେ କିଛି ନିର୍ମାଣ କାମ କରୁଥିବା ଅନୁମାନ କରିଥିଲେ। ତେବେ ଏହି ବିଷୟରେ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ସହ ଆଲୋଚନା କରିବା ପରିବେର୍ତ୍ତ ଆନ୍ଧ୍ରକୁ ଚାଲି ଯାଇଥିଲେ ଗ୍ରାମବାସୀ। ସାଲୁର ରାଜସ୍ବ ନିରୀକ୍ଷକଙ୍କୁ ଭେଟି ଦାବିପତ୍ର ଦେବା ସହ ତଦନ୍ତ କରିବାକୁ ନିବେଦନ କରିଥିଲେ। ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ଆଜି ସାଲୁର ରାଜସ୍ବ ନିରୀକ୍ଷକ ସିକେଲ୍‌ ମାଉଲି ଏବଂ ସାଲୁର ଫରେଷ୍ଟର ଓଡ଼ିଶାରେ ଅନୁପ୍ରବେଶ କରିଥିଲେ। ଆଜିର ଗସ୍ତ ସଂକ୍ରାନ୍ତରେ ଓଡ଼ିଶା ପ୍ରଶାସନକୁ ଆଦୌ ଅବଗତ କରି ନଥିଲେ। ତଦନ୍ତ ପରେ ଓଡ଼ିଶା ସରକାର ଉକ୍ତ ଜମିରେ ତାର ବାଡ଼ ବୁଲାଇଥିବା ଜାଣିବାକୁ ପାଇଥିଲେ। ସତ ଜାଣିବା ପରେ ଉଭୟ ଅଧିକାରୀ ଫେରି ଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe