କୋଟିଆରେ ଷ୍ଟିକର୍‌ ମାରିଲା ଆନ୍ଧ୍ର

Advertisment

ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିବା ପରେ ବି କୋଟିଆ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନବରତ ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଅଧିକାରୀ ଖୁଲମ୍‌ଖୁଲା ଅନୁପ୍ରବେଶ କରୁଛନ୍ତି।

ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିବା ପରେ ବି କୋଟିଆ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନବରତ ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଅଧିକାରୀ ଖୁଲମ୍‌ଖୁଲା ଅନୁପ୍ରବେଶ କରୁଛନ୍ତି।

hfkhfhkhfku

ପଟାଙ୍ଗି: ଓଡ଼ିଶା ଓ ଆନ୍ଧ୍ରରେ ସରକାର ବଦଳିବା ପରେ ବି କୋଟିଆ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନବରତ ଜାରି ରହିଛି ଆନ୍ଧ୍ରର ଅନୁପ୍ରବେଶ। ଆନ୍ଧ୍ର ଅଧିକାରୀ ଖୁଲମ୍‌ଖୁଲା ଅନୁପ୍ରବେଶ କରୁଛନ୍ତି। ଲୋକଙ୍କୁ ମନଲୋଭା ପ୍ରତିଶ୍ରୁତି ଦେଉଛନ୍ତି। ଅଳ୍ପ ଦିନ ମଧ୍ୟରେ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ପରିବର୍ତ୍ତନ କରିଦେବେ ବୋଲି ପ୍ରଲୋଭିତ କରୁଛନ୍ତି। ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବିବାଦୀୟ କୋଟିଆରେ ଆନ୍ଧ୍ର ପକ୍ଷରୁ ଦୁଇ ମାସ ହେଲା ଜାରି ରହିଛି। ଏହିକ୍ରମରେ ଆଜି ପୁଣି ଆନ୍ଧ୍ର ପକ୍ଷରୁ କୋଟିଆରେ ଅନୁପ୍ରବେଶ ହୋଇଥିଲା।

ଗତ କିଛି ଦିନ ହେଲା ବାରମ୍ବାର ଆନ୍ଧ୍ରର ସରକାରୀ ଅଧିକାରୀ ଏବଂ ଠିକାଦାର କୋଟିଆରେ ପଶୁଛନ୍ତି। ଏଠାରେ ଏକ ଘରୋଇ ମୋବାଇଲ୍‌ କଂପାନିର ଟାୱାର ସ୍ଥାପନ କରାଯାଉଛି। ଆନ୍ଧ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସଂପୃକ୍ତ ଘରୋଇ କଂପାନି ଏଠାରେ ଟାୱାର ସ୍ଥାପନ କରୁଥିବା ଜଣାପଡ଼ିଛି। ବିଭିନ୍ନ ଗାଁରେ ମନରେଗା ଗ୍ରାମସଭା ଆୟୋଜନ କରି ମହିଳା ଓ ବୃଦ୍ଧାଙ୍କୁ ମଧ୍ୟ ସାମିଲ କରାଯାଉଛି। ସ୍ବାସ୍ଥ୍ୟ ମେଳାର ଆୟୋଜନ କରି ସେବା ଯୋଗାଇ ଦିଆଯାଉଛି। କିଛି ଦିନ ତଳେ ଓଡ଼ିଶା ପକ୍ଷରୁ ଲାଗିଥିବା ବିଦ୍ୟୁତ୍‌ ମିଟରକୁ ବାହାର କରାଯାଇଥିଲା। ସେହି ସ୍ଥାନରେ ଆନ୍ଧ୍ରର ବିଦ୍ୟୁତ୍‌ ମିଟର ଲାଗିଥିଲା। ଆଜି କୋଟିଆ ପଞ୍ଚାୟତର କିଛି ଘରେ ଆନ୍ଧ୍ର ‌ପକ୍ଷରୁ ଷ୍ଟିକର୍‌ ଲାଗିଛି। ଏହି ଷ୍ଟିକର୍‌ କେଉଁ ଉଦ୍ଦେଶ୍ୟରେ ଲାଗିଛି, ସେଥିରେ କ’ଣ ଉଲ୍ଲେଖ ହୋଇଛି ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe