ବଦଳିପାରେ ଅଙ୍ଗନବାଡ଼ି ଠିକଣା: ୨୦୨୫-୨୬ରେ ବିଦ୍ୟାଳୟକୁ ଯିବ ଶିଶୁ ବାଟିକା-୩

Advertisment

ବଦଳିପାରେ ଅଙ୍ଗନବାଡ଼ି ଠିକଣା। ଗାଁ ଗହଳିରେ ଗଢ଼ି ଉଠିଥିବା ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି। ଆଗାମୀ ଦିନରେ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ାଯିବ।

ବଦଳିପାରେ ଅଙ୍ଗନବାଡ଼ି ଠିକଣା। ଗାଁ ଗହଳିରେ ଗଢ଼ି ଉଠିଥିବା ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି। ଆଗାମୀ ଦିନରେ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ାଯିବ।

Anganwadi

ଭୁବନେଶ୍ବର: ବଦଳିପାରେ ଅଙ୍ଗନବାଡ଼ି ଠିକଣା। ଗାଁ ଗହଳିରେ ଗଢ଼ି ଉଠିଥିବା ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ି ଦିଆଯିବ। ଏବେ ୨୧ ହଜାର ୧୭୯ଟି ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଅଙ୍ଗନବାଡ଼ି ରହିଛି। ଆଗାମୀ ଦିନରେ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟ ସହ ଯୋଡ଼ାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ୨୦୨୫-୨୬ ଶିକ୍ଷାବର୍ଷରେ ଅଙ୍ଗନାବଡ଼ିରେ ଥିବା ଶିଶୁ ବାଟିକା-୩କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ଅଙ୍ଗନବାଡ଼ିରେ ଥିବା ଶିଶୁ ବାଟିକା-୧ ଓ ୨କୁ ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁ ସରକାର ବିଚାର କରୁଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ ଚାଲିଥିବା ରାଜ୍ୟସ୍ତରୀୟ କର୍ମଶାଳା ଅବସରରେ ବିଦ୍ୟା‌ଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତିନି ଦିନିଆ ଜାତୀୟ କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଦ୍ୟାଳୟ ଆମ ଏନ୍ତୁଡ଼ିଶାଳ। ତେଣୁ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ସହ ଗୁଣାତ୍ମକ ଶିକ୍ଷା ଉପରେ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆସନ୍ତା ଶିକ୍ଷାବର୍ଷଠାରୁ ଏହି ନୂଆ ନୀତି ଆଧାରରେ ୧୦+୨ ବଦଳରେ ରାଜ୍ୟରେ ୫+୩+୩+୪ ବ୍ୟବସ୍ଥା ଲାଗୁ କରାଯିବ। ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲିବ। ନୂତନ ଶିକ୍ଷା ନୀତିରେ ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାରକୁ ପ୍ରାଥମିକତା ଦିଆଯିବ। ଶିକ୍ଷାରେ ବୈଷୟିକ ପ୍ରୟୋଗକୁ ବ୍ୟାପକ କରାଯିବ। ଏକ ବିକଶିତ ଭାରତ ଗଠନରେ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ତାହାକୁ ନଜରରେ ରଖି ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ  ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି। ଶିକ୍ଷା ବଜେଟ୍‌କୁ ୧୩.୪% ବୃଦ୍ଧି କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।

୨୦୨୫-୨୬ରେ ବିଦ୍ୟାଳୟକୁ ଯିବ ଶିଶୁ ବାଟିକା-୩
ପର୍ଯ୍ୟାୟକ୍ରମେ ଶିଶୁ ବାଟିକା-୧ ଓ ୨ ଯୋଡ଼ିହେବ
ଏପ୍ରିଲରେ ପିଲାଙ୍କ ଖଡ଼ିଛୁଆଁ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆୟୋଜିତ ଏହି କର୍ମଶାଳା ସ୍ୱାଗତଯୋଗ୍ୟ। ଏନ୍‌ଇପି ଅନୁଯାୟୀ ରାଜ୍ୟରେ ପାଠ୍ୟଖସଡ଼ା ପ୍ରସ୍ତୁତ ହେବା ଦରକାର। ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା(ଏନସିଏଫ) ଉନ୍ମୋଚନ ହୋଇସାରିଛି। ଆଗାମୀ ଦିନରେ ଏନସିଏଫ୍‌ ଓଡ଼ିଶାର ରାଜ୍ୟ ପାଠ୍ୟକ୍ରମ ଢାଞ୍ଚାର ଆଧାର ଭାବେ କାର୍ଯ୍ୟ କରିବ। ପାଠ୍ୟକ୍ରମ ଓ ଶିକ୍ଷାଦାନ ବିଷୟ ଯେପରି ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ ଓ ଜ୍ଞାନ ପରମ୍ପରା ସହିତ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହେବ ଏନ୍‌ସିଇଆରଟି ତାହାକୁ ସୁନିଶ୍ଚିତ କରିବାକୁ ପଡ଼ିବ। ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ରହିଛି। ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବା, ମୂଲ୍ୟାୟନକୁ ପାରଦର୍ଶୀ କରିବା, ଶିକ୍ଷଣ ଫଳାଫଳକୁ ପ୍ରାଥମିକତା ଦେବାକୁ ହେବ। ପାଠ୍ୟଖସଡା ପ୍ରସ୍ତୁତ କରିବା ସମୟରେ ଓଡ଼ିଶାର ସାଢେ ୪ କୋଟି ଲୋକ, ପ୍ରବାସୀ ଓଡ଼ିଆ, ଗବେଷକ ଓ ଅଭିଭାବକଙ୍କ ପରାମର୍ଶ ନେବାକୁ ସେ ଆହ୍ୱାନ କରିଛନ୍ତି।

ଏପ୍ରିଲ ମାସରେ ଶିଶୁ ବାଟିକା-୩ରେ ନାମଲେଖା ସମୟରେ ଖଡିଛୁଆଁ କରିବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ। ଗୋଟିଏ ଦିନ ‌ମନ୍ତ୍ରୀ, ବିଧାୟକ, ନେତାମ‌ାନେ ସ୍କୁଲକୁ ଯିବା ସହ ଛାତ୍ରଛାତ୍ରୀଙ୍କ ସହ ସାମିଲ ହେବେ। ସେହିପରି ଡ୍ରପ୍‌ଆଉଟ୍‌ ରୋକିବାକୁ ମେ’ କିମ୍ବା ଜୁନ୍‌ ମାସରେ ସମସ୍ତେ ୫୦ ହଜାର ଗାଁକୁ ଯାଇ କେଉଁ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହା ଅନୁଧ୍ୟାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର, ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ଶିକ୍ଷାବିତ୍ ମଞ୍ଜୁଲ୍ ଭାର୍ଗବଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅଧିକାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ। ତିନି ଦିନ ଧରି ଏହି କର୍ମଶାଳା ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe