ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‌ହେବ ଅଙ୍ଗନୱାଡ଼ି ଖାଦ୍ୟ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା

ଆଞ୍ଚଳିକ ପରୀକ୍ଷା କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ଅନୁମତି

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ‌ହେବ ଅଙ୍ଗନୱାଡ଼ି ଖାଦ୍ୟ ଓ ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା

Shiksha.com

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ହେବ ଆଞ୍ଚଳିକ ଖାଦ୍ୟ ପରୀକ୍ଷା କେନ୍ଦ୍ର। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି ଏହି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଡିପିଆର୍‌ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଉକ୍ତ ପ୍ରସ୍ତାବ ଆଧାରରେ ହିଁ ଲାବ୍ରୋଟାରିର ପ୍ରତିଷ୍ଠା କରାଯିବ ଓ କର୍ମଚାରୀ ନିଯୁକ୍ତି, ଆବଶ୍ୟକୀୟ ଯନ୍ତ୍ରପାତି ତଥା ସିଏଫ୍‌ଟିଆର୍‌ଆଇରୁ ବୈଷୟିକ ସହାୟତା ପ୍ରଦାନ କରାଯିବ ବୋଲି ଚିଠିରେ ଉଲ୍ଳେଖ ରହିଛି।

ରାଜ୍ୟ ସରକାରଙ୍କ ପୋଷଣ ଯୋଜନା ଅନ୍ତର୍ଗତ ଅଙ୍ଗନୱାଡି ଶିଶୁଙ୍କୁ ଖାଦ୍ୟ ବଣ୍ଟନ କରାଯାଉଥିବା ସମୟରେ ଓଜନ କମ୍‌ ଥିବା ଶିଶୁଙ୍କୁ ଟିଏଚ୍‌ଆର୍‌ ଶ୍ରେଣୀର ଖାଦ୍ୟ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି। ତେବେ ସମଗ୍ର ରାଜ୍ୟରେ ମଡେଲ୍‌ ଟିଏଚ୍‌ଆର୍‌ ପ୍ରୋସେସିଂ ୟୁନିଟ୍‌ ପ୍ରତିଷ୍ଠା, ଶିଶୁଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଠିକ୍‌ ଭାବେ ପ୍ୟାକେଜିଂ କରିବା ଆଦି କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଭୁବନେଶ୍ବରସ୍ଥିତ ଓୟୁଏଟି ଓ ସମ୍ବଲପୁର ବିଶ୍ବବିଦ୍ୟାଳୟା ହୋମ୍‌ ସାଇନ୍ସ ବିଭାଗରେ ଆଞ୍ଚଳିକ ଖାଦ୍ୟ ପରୀକ୍ଷା କେନ୍ଦ୍ର ଖୋଲାଯିବ। ସମ୍ବଲପୁର ବିଶ୍ବବିଦ୍ୟାଳୟର ହୋମ୍‌ ସାଇନ୍ସ ବିଭାଗ ସହ ଫୁଡ୍‌ ଟେକ୍‌ନୋଲୋଜି ବିଭାଗ ମଧ୍ୟ ଜଡ଼ିତ ଥିବାରୁ ଖାଦ୍ୟ ପ୍ରକ୍ରିୟାକରଣକୁ ନେଇ ନିୟମିତ ଭାବେ ଗବେଷଣା ଜାରି ରହିଛି। ତେଣୁ ଏହି ସ୍ଥାନରେ ଏକ ଉଚ୍ଚସ୍ତରୀୟ ଆଞ୍ଚଳିକ ପରୀକ୍ଷା କେନ୍ଦ୍ର ଖୋଲାଗଲେ ସମଗ୍ର ପଶ୍ଚିମ ଓଡ଼ିଶାରେ ଅଙ୍ଗନୱାଡି ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟର ନିୟମିତ ମାନ ଯାଞ୍ଚ କରାଯାଇପାରିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସ୍ବାଗତ କକରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe