ନିଆଁ ଲାଗି ଅଙ୍ଗନବାଡ଼ି କେନ୍ଦ୍ର ଧ୍ୱଂସ, ଅଳ୍ପକେ ବର୍ତ୍ତିଲେ କୁନିକୁନି ପିଲା

ନିଆଁ ଲାଗି ଅଙ୍ଗନବାଡ଼ି କେନ୍ଦ୍ର ଧ୍ୱଂସ, ଅଳ୍ପକେ ବର୍ତ୍ତିଲେ କୁନିକୁନି ପିଲା

କୋମନା : ଶନିବାର ନିଆଁ ଲାଗି କୋମନା ବ୍ଲକ୍‌ ବୋଡ଼ାଛାପର ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର କୋଠାଟି ଧ୍ୱଂସ ହୋଇଛି। ହେଲେ ପାଠ ପଢ଼ିବାକୁ ଆସିଥିବା କୁନିକୁନି ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ନୂଆଁଣିଆ ଚାଳ ଘରେ ଶିଶୁମାନେ ପାଠ ପଢୁଥିଲେ। ଏଠାରେ ମଧ୍ୟ ରୋଷେଇ କରି ପିଲାମାନଙ୍କୁ ଖାଇବାକୁ ଦିଆଯାଇଥିଲା। ଶନିବାର ପିଲାମାନଙ୍କୁ ଖାଇବାକୁ ଦିଆଯାଇ ଛୁଟି କରାଯାଇଥିଲା। ପିଲାମାନେ ଘରକୁ ଚାଲିଯିବାର କିଛି ସମୟ ପରେ ଅଙ୍ଗନବାଡ଼ି କେନ୍ଦ୍ରରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଖବର ପାଇ କୋମନାରୁ ଦମକଳ ବାହିନୀ ଆସିଥିଲେ ମଧ୍ୟ ଉକ୍ତ କେନ୍ଦ୍ରଟି ପୋଡ଼ି ପାଉଁଶ ହୋଇ ଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ତଥା ଅଭିଭାବକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ବ୍ଲକ୍‌ର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଚାଳ ଘରେ ତଥା ଅସ୍ଥାୟୀ କୋଠାରେ ଚାଲୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe