ଅଙ୍ଗନବାଡ଼ି କେନ୍ଦ୍ର, ଅନାଥାଶ୍ରମକୁ ଲମ୍ବିବ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା

Advertisment
ସକାଳ ୭ରୁ ୧୦ଟା ଯାଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

News18

ଭୁବନେଶ୍ବର: ରାଜ୍ୟର ଆଉ ୧୫ଟି ସଂସ୍ଥା/ଅନୁଷ୍ଠାନକୁ ଦିଆଯିବ ‘ଇଟ୍‌ ରାଇଟ୍‌ କ୍ୟାମ୍ପସ୍’ ମାନ୍ୟତା। ଏଥିରେ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ ଓ ଅନାଥାଶ୍ରମ ସାମିଲ ରହିଛି। ଏସବୁ କେନ୍ଦ୍ରରେ ପରିମଳ, ସୁସ୍ଥକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଇତ୍ୟାଦି ଉପରେ ତାଲିମ୍ ଦିଆଯିବ। ଏହି ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ଇଟ୍‌ ରାଇଟ୍‌ କ୍ୟାମ୍ପସ୍‌ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଯେଉଁଠାରେ ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ଖାଉଛନ୍ତି ସେସବୁ ସ୍ଥାନକୁ ‘ଇଟ୍‌ ରାଇଟ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ଏହି ମାନ୍ୟତା ଦିଆଯାଉଛି। ରାଜ୍ୟରେ ପୂର୍ବରୁ ୯ଟି ସଂସ୍ଥା/ଅନୁଷ୍ଠାନକୁ ଏହି ମାନ୍ୟତା ଦିଆଯାଇଥିଲା। ଏଥିରେ ୫ଟି ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ, ସରକାରୀ ଆଇଟିଆଇ, ଆଇଏଚ୍‌ଏମ୍‌, ସିଟିଟିସି ଓ ଆଇଜିଏଚ୍‌ ରାଉରକେଲା ରହିଛି। ଆଜି ଝାରପଡ଼ା ଜେଲ୍‌ ଏହାକୁ ହାସଲ କରିଛି। କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଅଶ୍ବିନୀ ହସ୍ପିଟାଲ ଓ ସାଇ ଇଣ୍ଟରନାସନାଲ ସ୍କୁଲ ଏହି ମାନ୍ୟତା ଦିଆଯିବା ନେଇ ଆବେଦନ ହୋଇଥିବା ସୂଚନା ମିଳିଛି। ତେବେ ୨୦୨୨/୨୩ ବର୍ଷ ପାଇଁ ଆଉ ୧୫ଟି ସଂସ୍ଥାକୁ ଏହି ମାନ୍ୟତା ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଖାଦ୍ୟ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାସ୍ତରରେ ଥିବା ମଡେଲ ସ୍କୁଲ, କିଛି ଅଙ୍ଗନବାଡ଼ି କେନ୍ଦ୍ର ଓ ଅନାଥାଶ୍ରମକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ସ୍କୁଲ ଓ ସଂପୃକ୍ତ କେନ୍ଦ୍ରମାନଙ୍କରେ ସୁସ୍ଥକର ପରିବେଶରେ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସଂପର୍କରେ ତାଲିମ୍ ପ୍ରଦାନ କରାଯିବ। ଏହାସହ ସ୍କୁଲ ପିଲାମାନଙ୍କୁ ଉତ୍ତମ ଖାଦ୍ୟ ସଂପର୍କରେ ଏକ ପୁସ୍ତକ ପ୍ରଦାନ କରାଯିବ। ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ପୁସ୍ତକ ପ୍ରସ୍ତୁତ ହୋଇଛି ଓ ଏହାକୁ ଓଡ଼ିଆରେ ଅନୁବାଦ କରାଯାଇଛି। ଯାହାଫଳରେ ପିଲାମାନେ ସହଜରେ ଏହା ସଂପର୍କରେ ଜାଣିପାରିବେ। ସେହିପରି ରାଜ୍ୟରେ ଆଉ ୩ଟି ଖାଦ୍ୟ ନମୁନା ସଂଗ୍ରହ ପାଇଁ ମୋବାଇଲ ଭ୍ୟାନ୍ ଆସିବା ପାଇଁ ନିଷ୍ପତ୍ତି ହୋଇଛି। ଏବେ ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଗୋଟିଏ ମୋବାଇଲ ଭ୍ୟାନ୍ ରହିଛି। ରାଜ୍ୟରେ ୧୦ଟି ଜିଲ୍ଲାକୁ ମିଶାଇ ଗୋଟିଏ ଲେଖାଏ ଜୋନ୍ ଘୋଷଣା ହୋଇଥିବା ବେଳେ ଏସବୁ ଭ୍ୟାନ୍ ଗୋଟିଏ ଲେଖାଏ ଜୋନ୍‌ରେ ରହିବେ। ଏଥିପାଇଁ ଆଉ ୩୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ନିଯୁକ୍ତ କରାଯିବ ବୋଲି ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe