ବର୍ଷାରେ ବେହାଲ ଅଙ୍ଗନବାଡି କେନ୍ଦ୍ର: ବାରଣ୍ଡାରେ ପାଠ ପଢୁଛନ୍ତି କୁନିକୁନି ଶିଶୁ

Advertisment
ବର୍ଷାରେ ବେହାଲ ଅଙ୍ଗନବାଡି କେନ୍ଦ୍ର: ବାରଣ୍ଡାରେ ପାଠ ପଢୁଛନ୍ତି କୁନିକୁନି ଶିଶୁ

ମାଲକାନଗିରି: ଜିଲ୍ଲାରେ ପ୍ରାକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଅଙ୍ଗନବାଡ଼ି ଗୃହ ଥିଲେ କର୍ମୀଙ୍କର ମାସ ମାସ ଧରି ଦେଖା ମିଳୁନଥିବା ବେଳେ କର୍ମୀ ନିୟମିତ ଆସୁଥିବା ବେଳେ ଗୃହର ସମସ୍ୟା ଲାଗି ରହୁଛି। କୋରକୋଣ୍ଡା ବ୍ଲକର ବୁଦୁଗୁଡା ଅଙ୍ଗନବାଡ଼ି କେନ୍ଦ୍ରର ଅବସ୍ଥା ଏବେ ବେହାଲ ହୋଇପଡିଛି। ଲଗାଣ ବର୍ଷାରେ ଗୃହରୁ ପାଣି ଝରୁଥିବା ବେଳେ କମଳମୋତି ପିଲାମାନେ ସେହି ଗୃହରେ ବସିବା ସମ୍ଭବ ହୋଇପାରୁନାହିଁ। ବାଧ୍ୟ ହୋଇ ଅଙ୍ଗନବାଡି କର୍ମୀ ବାରଣ୍ଡାରେ ପିଲାଙ୍କୁ ଶିକ୍ଷାଦାନ ଦେବା ସହ ରନ୍ଧାଖାଦ୍ୟ ପ୍ରଦାନ କରୁଛନ୍ତି।

ସୂଚନାଯୋଗ୍ୟ ଯେ କୋରକୋଣ୍ଡା ବ୍ଲକରେ ୧୭୭ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥିରୁ ୨୧ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଘର ନାହିଁ। ବିଭାଗର ରିପୋର୍ଟ ଅନୁଯାୟୀ ୨୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲୁଥିବା ବେଳେ ଗୋଟିଏ ସ୍କୁଲ କୋଠାଘରେ ଚାଲିଥିବା କୁହାଯାଉଛି। ଏହି ବୁଦୁଗୁଡା ଅଙ୍ଗନବାଡି କେନ୍ଦ୍ରଟି ସ୍କୁଲ ପରିସର ମଧ୍ୟରେ ଚାଲିଛି। ୨୦ଟି ଅଙ୍ଗନବାଡି କେନ୍ଦ୍ର ଭଡ଼ା ଘରେ ଚାଲିଥିବା କୁହାଯାଉଥିବା ବେଳେ ଏଥିରୁ ବହୁ କେନ୍ଦ୍ର କାହାର ଘର ବାରଣ୍ଡାରେ ତ କାହାର ଗୁହାଳ ଘରେ ଚାଲିଛି। ବିଭାଗ କିନ୍ତୁ ସବୁ ଜାଣି ସରକାରଙ୍କ ନିକଟରେ ଭୁଲ ତଥ୍ୟ ଲଖୁଛି। ବୁଦୁଗୁଡ଼ା କେନ୍ଦ୍ରଟି ବର୍ଷାରେ ପାଣି ଗଳୁଥିବା ବେଳେ କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ବିଭାଗୀୟ ତଦନ୍ତ କରାଯାଇ ତୁରନ୍ତ ନୂତନ ଗୃହ କିମ୍ବା ଏହାର ମରାମତି ଦିଗରେ ଧ୍ୟାନ ଦେବାକୁ ଅଭିଭାବକ ତଥା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe