ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା

Advertisment
ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା

ଭୁବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଧାରଣା ଜାରି ରହିଛି। ଆଜି ନବରଙ୍ଗପୁର ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଧାରଣାରେ ବସି ଦାବି ପୂରଣ ପାଇଁ ନାରାବାଜି କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‌ ଦେବା, ଅବସର ବୟସ ସୀମା ୬୦ ପରିବର୍ତ୍ତେ ୬୫ବର୍ଷକୁ ବୃଦ୍ଧି କରିବା, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଵାର୍କର୍ସ ସ˚ଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି।

ଆଜିର ଏହି ଆନ୍ଦୋଳନରେ ସ˚ଘର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଜିଲ୍ଲା ସଭାନେତ୍ରୀ ପ୍ରତିମା ମଞ୍ଜରୀ ଦତ୍ତ, ବସନ୍ତ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe