Advertisment

ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟର୍ ଖସି ଏଏନ୍ଏମ୍ ଓ ସହଯୋଗୀ ଗୁରୁତର: ମରାମତି ହେଉ ନଥିବା ଅଭିଯୋଗ

Advertisment
ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟର୍ ଖସି ଏଏନ୍ଏମ୍ ଓ ସହଯୋଗୀ ଗୁରୁତର: ମରାମତି ହେଉ ନଥିବା ଅଭିଯୋଗ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଜୟପୁର-୨ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ଆଜି ଟୀକାକରଣ ଚାଲିଥିବା ବେଳେ ଛାତରୁ ସିମେଣ୍ଟ ଅତଡା ଖସି ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଜୟପୂର ଏଏନଏମ୍ କର୍ମୀ ଅନିତା ରଣା ଓ ତାଙ୍କୁ ସହଯୋଗ କରୁଥିବା ତାଙ୍କ ସ୍ୱାମୀ ସେହି ଅଂଚଳର ଶିଶୁ ଓ ମାଆମାନଙ୍କୁ ଟୀକାକରଣ କରୁଥିବା ବେଳେ ହାଠାତ୍ ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖସି ପଡିଥିଲା।

ତେବେ ସେହି ସମୟରେ ଶିଶୁ, ମାଆ ଓ ଅଙ୍ଗନବାଡି କର୍ମୀ ଅଳ୍ପକେ ବର୍ତି ଯାଇଥିବା ବେଳେ ଏଏନଏମ୍ ଶ୍ରୀମତୀ ରଣା ଓ ତାଙ୍କୁ ସହଯୋଗ କରୁଥିବା ତାଙ୍କ ସ୍ୱାମୀଙ୍କ ଉପରେ ଛାତର ସିମେନ୍ଟ ଅତଡ଼ା ଖସିବାରୁ ଲହୁଲୁହାଣ ହୋଇଯାଇଥିଲେ। ଗ୍ରାମର ଆଶା କର୍ମୀ ଜ୍ୟସ୍ନା ନାୟକ ଓ ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଦାର କରି ଏକ ଅଟୋ ସାହାର୍ଯ୍ୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତି କରାଯାଇଛି। ତେବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ କୋଟି କୋଟି ଟଙ୍କାର ଅନୁଦାନ ଦେଉଥିବା ବେଳେ ବିପଦସନକୁଳ ଅବସ୍ଥାରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ଦୀର୍ଘଦିନ ହେବ କାହିଁକି ମରାମତି କରାଯାଉ ନାହିଁ। ତେବେ ଉକ୍ତ ଅଙ୍ଗନବାଡି ମରାମତି ପାଇଁ ୬ ମାସ ପୂର୍ବରୁ ୨ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ମରାମତି କରାଯାଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

ଏହା ବ୍ୟତୀତ ଦୁଇଦିନ ପୂର୍ବରୁ ବିଶୋଇ ବ୍ଲକ୍ ଅର୍ନ୍ତଗତ ବନେଇକଳା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୬ ମାସ ପୂର୍ବରୁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟରେ ୫ଟି ସ୍କୁଲ ନିର୍ମାଣ ହୋଇଥିଲା। ତେବେ ସ୍କୁଲ୍ ଛୁଟି ହେବାର ମାତ୍ର ୨ ମିନିଟ୍ ପରେ ହଠାତ୍ ଛାତର ପ୍ଲାଷ୍ଟର ଖସି ପଡିଥିଲା। ବଡ଼ ବିପଦରୁ ଛାତ୍ରଛାତ୍ରୀ ମାନେ ରକ୍ଷା ପାଇଥିଲେ। ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନିମ୍ନ ମାନର କାର୍ଯ୍ୟ କେମିତି ହେଉଛି ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ବନ୍ଧରେ ବନେଇକଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବଳରାମ ସାହୁଙ୍କୁ ଯୋଗାଯୋଗ କରିବାରୁ ପୁରୁଣା ସ୍କୁଲର ଛାତକୁ ମରାମତି କରି ରଙ୍ଗ ଦେଇଥିଲେ ଯାହାଫଳରେ ମରାମତିର ଅଳ୍ପ କିଛି ମାସ ପରେ ଛାତର ପ୍ଲାଷ୍ଟର ଖସିପଡିଥିଲା। ତେବେ ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଫ୍ଧଙ୍କଳ ପର୍ଯ୍ୟନ୍ତ ପହଂଚିବା ପରେ ଏଭଳି ଦୁର୍ଘଟଣା ଘଟିଥିଲା ନଚେତ ଏକାଧିକ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥାନ୍ତା ବୋଲି ସମ୍ବାଦକୁ କହିଛନ୍ତି। ଏ ସମ୍ବନ୍ଧରେ ଉକ୍ତ ସ୍କୁଲ ନିର୍ମାଣ କରିଥିବା ବିଶୋଇ ବ୍ଲକର କନିଷ୍ଠ ଯନ୍ତ୍ରୀ ଭରତ ଚନ୍ଦ୍ର ସିଂଙ୍କ ସହିତ ଯୋଗାଯୋଗ କରିବାରୁ ଉକ୍ତ ସ୍କୁଲଟି ବହୁତ ପୂରୁଣା ଥିଲା। ତେବେ ୫ଟି ସ୍କୁଲ ମରାମତି ପାଇଁ କିଛି ବଳକା ଥିବାରୁ ସେଥିରୁ ଉକ୍ତ କୋଠାରେ ରଙ୍ଗ ମରା ହୋଇଥିଲା। ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କମଳମତୀ ଛାତ୍ରଛାତ୍ରୀଙ୍କ ଜୀବନ ସହିତ କାହିଁକି ଖେଳାଯାଉଛି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe