କୂଅରେ ପଡ଼ି ଅଙ୍ଗନବାଡି ଛାତ୍ରର ମୃତ୍ୟୁ ଘଟଣା: ଜିଲ୍ଲା ପ୍ରଶାସନର ତଦନ୍ତ

Advertisment
କୂଅରେ ପଡ଼ି ଅଙ୍ଗନବାଡି ଛାତ୍ରର ମୃତ୍ୟୁ ଘଟଣା: ଜିଲ୍ଲା ପ୍ରଶାସନର ତଦନ୍ତ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଗୋରଡ଼ାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରର ଛାତ୍ର ଶୁଭଙ୍କର (୪)ଙ୍କ କୂଅରେ ପଡ଼ି ମୃତ୍ୟୁ ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଶୁଭଙ୍କରକୁ ଘରୁ କେନ୍ଦ୍ରକୁ ନେଇଥିଲେ। ପାଠପଢ଼ା ଓ ଖାଦ୍ୟ ବଣ୍ଟନ ପରେ ସେ ଏକାକୀ ଘରକୁ ଫେରିଥିଲା। ଅଙ୍ଗନବାଡ଼ି କର୍ମୀଙ୍କ ଅବହେଳା ଯୋଗୁଁ ଫେରିବା ବେଳେ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ(ଡିଏସଡବ୍ଲୁଓ) ସେବାଷ୍ଟିନିଆନ କୁଜୁର ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଛନ୍ତି।

publive-image

ଗ୍ରାମବାସୀ ଓ ଛାତ୍ରର ଅଭିଭାବକଙ୍କୁ ସାକ୍ଷାତ କରି ଘରୁ ଛାତ୍ର କେନ୍ଦ୍ରକୁ ଯିବା ଓ ଆସିବା ସମୟ ପଚାରିବା ସହ ବୁଡ଼ିଥିବା କୂଅର ସ୍ଥିତି ଓ ରାସ୍ତା ଆଦି ଅନୁଧ୍ୟାନ କରିଥିଲେ। ଅଙ୍ଗନବାଡ଼ି କର୍ମୀ ଗୀତାଞ୍ଜଳୀ ପ୍ରଧାନ ସାଢ଼େ ୧୨ଟାରେ ଖାଇବାକୁ ଦେଇ ଗୋଟାଏ ସମୟରେ ଘରେ ଛାଡ଼ିଥିବା ଲିଖିତ ଭାବରେ ଜଣାଇଛନ୍ତି। ସେହିପରି ଶୁଭଙ୍କର ଘରକୁ ଆସିବା ପରେ ଖେଳିବାକୁ ଯାଇଥିଲା। ଶୁଭଙ୍କର ମାଆ ଦିନ ଦୁଇଟାରେ ଖାଇବାକୁ ଦେବା ପାଇଁ ଖୋଜିବାରୁ ପାଇ ନଥିଲେ। ପରେ ଘର ପଛପଟ କୂଅକୁ ଯାଇ ଦେଖିବା ବେଳେ ତା’ର ଚପଲ ପଡ଼ିଥିଲା। ସନ୍ଦେହ ହେବାରୁ କୂଅରେ ଖୋଜିବାରୁ ପୁଅର ଶବ ମିଳିଥିବା ବିଷୟ ଲିଖିତ ଭାବରେ ତାଙ୍କ ମାଆ ଦେଇଛନ୍ତି। ଡିଏସ୍‌ଡବ୍ଲୁଓଙ୍କ ସହ ହରଭଙ୍ଗା ସିଡିପିଓ ନିରୂପମା ପାଣି ଓ ଅଙ୍ଗନବାଡ଼ି ସୁପରଭାଇଜର ତଦନ୍ତ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe