ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି, ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା

Advertisment
ସକାଳ ୭ରୁ ୧୦ଟା ଯାଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ

News18

ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଯଦି କୌଣସି ଠାରେ ଅସୁବିଧା ଥାଏ କିମ୍ବା କୋଭିଡ୍‌ ମାମଲା ସାମ୍ନାକୁ ଆସେ ତେବେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ତେବେ ଅଙ୍ଗନବାଡ଼ି ଖୋଲିବା ପୂର୍ବରୁ ସମସ୍ତ କର୍ମୀଙ୍କୁ ସମ୍ପୂର୍ଣ୍ଣ କୋଭିଡ୍‌ ଟିକା ପ୍ରଦାନ ଦିଆଯାଇଛି। କେନ୍ଦ୍ରରେ ପିଲାଙ୍କୁ ସକାଳୁଆ ଜଳଖିଆ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ଏହି ସମୟରେ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦେବାକୁ କୁହାଯାଇଛି। କୋଭିଡ୍‌ ସଂକ୍ରମଣ କିମ୍ବା ଅନ୍ୟ କାରଣରୁ ଯଦି କୌଣସି ପିଲା ଅଙ୍ଗନବାଡ଼ି ଆସି ନପାରନ୍ତି ସେଭଳି ସ୍ଥଳେ ପିଲାଙ୍କ ଘରେ ରନ୍ଧା ଖାଦ୍ୟ ଓ ଅଣ୍ଡା ପହଞ୍ଚାଇବାକୁ କୁହାଯାଇଛି।

ଅନ୍ୟପକ୍ଷରେ ନୂଆ ଅରୁଣିମା ପାଠ୍ୟକ୍ରମ ଅନୁଯାୟୀ ପ୍ରି-ସ୍କୁଲ ଶିକ୍ଷା ପ୍ରଦାନ ସହ ଆଉଟ୍‌ ଡୋର କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରେ। ତେବେ ଅଭିଭାବକ ‘ଘରେ ଘରେ ଅରୁଣିମା’ ଓ ‘କୁନି କ୍ୟାଲେଣ୍ଡର’ ମାଧ୍ୟମରେ ପିଲାଙ୍କୁ ଘରେ ଶିକ୍ଷା ପ୍ରଦାନ କରିବେ। ଇମ୍ୟୁନାଇଜେସନ, ହେଲଥ୍‌ ଚେକ୍‌ ଅପ୍‌, ନ୍ୟୁଟ୍ରିସନ ଓ ସ୍ବାସ୍ଥ୍ୟ ଶିକ୍ଷା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁଯାୟୀ ଏହି ସବୁ କାର୍ଯ୍ୟକ୍ରମ କରାଯିବ। ସମସ୍ତ କେନ୍ଦ୍ରରେ କୋଭିଡ୍‌-୧୯ ସଚେତନତା ସମ୍ପର୍କରେ ଜଣାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe