ବିଧାନସଭା ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କ ମାଣବସା

Advertisment
ବିଧାନସଭା ସମ୍ମୁଖରେ ଅଙ୍ଗନବାଡ଼ି କର୍ମୀଙ୍କ ମାଣବସା

ଭୁବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଧାରଣା ଜାରି ରହିଛି। ଆଜି ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଧାରଣାରେ ବସି ରହି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ରାସ୍ତା ଉପରେ ମାଣ ବସାଇବା ସହ ଲକ୍ଷ୍ମୀପୁରାଣ ପାଠ କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‌ ଦେବା, ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ଵାର୍କର୍ସ ସ˚ଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଜାରି ରଖିଛି। ସ˚ଘର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଜିଲ୍ଲା ସଭାନେତ୍ରୀ ପ୍ରତିମା ମଞ୍ଜରୀ ଦତ୍ତ, ବସନ୍ତ ସାହୁ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe