କେନ୍ଦ୍ରାପଡ଼ା ଜିଲ୍ଲା ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

Advertisment
କେନ୍ଦ୍ରାପଡ଼ା ଜିଲ୍ଲା ଅଙ୍ଗନବାଡ଼ି କର୍ମୀଙ୍କ ଧାରଣା

ଭୂବନେଶ୍ବର : ୧୩ ଦଫା ଦାବି ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍‌ ୱାର୍କର୍ସ ସଂଘର ଧାରଣା ୧୯ ଦିନ‌ରେ ପହଞ୍ଚିଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଧାରଣାରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାସିକ ଭତ୍ତା ସର୍ବନିମ୍ନ ୧୮ହଜାର ଟଙ୍କା, ସହାୟିକାମାନଙ୍କୁ ମାସିକ ୯ ହଜାର ଟଙ୍କା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‌ ଦେବା, ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୫ଲକ୍ଷ ଟଙ୍କା, ଗ୍ରୀଷ୍ମ ଦିନେ ଏକ ମାସ ଛୁଟି ପ୍ରଦାନ ଆଦି ୧୩ଦଫା ଦାବି ନେଇ ସ˚ଘ ଲୋୟର ପିଏମ୍‌ଜିରେ ବିକ୍ଷୋଭ ଜାରି ରଖିଛି। ସ˚ଘର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଜିଲ୍ଲା ସଭାପତି ସୁଦାମ ଚରଣ ଲେଙ୍କା, ସମ୍ପାଦିକା ପୁଷ୍ପଲତା ରଥ, ବସନ୍ତ ସାହୁ ପ୍ରମୁଖ ଆଜିର ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe