ଭବାନୀପାଟଣା ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ଛାତ୍ରୀଙ୍କୁ ରାଗିଂ!

ଘଟଣା ଲୁଚାଇବାକୁ କର୍ତ୍ତୃପକ୍ଷଙ୍କ ଉଦ୍ୟମ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କଲେ ଅଭିଭାବକ

ଭବାନୀପାଟଣା ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ଛାତ୍ରୀଙ୍କୁ ରାଗିଂ!

Twitter

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ସରକାରୀ ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଏବଂ ଏହି ଘଟଣାକୁ ଚପାଇବା ପାଇଁ କର୍ତ୍ତୃପକ୍ଷଙ୍କ ଉଦ୍ୟମର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଏ ସଂପର୍କରେ  ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, କିଛି ଦିନ ତଳେ ଏହି ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର କେତେକ ପ୍ରଥମ ବର୍ଷ ଛାତ୍ରୀ ଓ ୨ ଜଣ ଦ୍ବିତୀୟ ବର୍ଷର ରାଂଗିର ଶିକାର ହୋଇଥିଲେ।

ପ୍ରଥମ ବର୍ଷର ଜଣେ ଛାତ୍ରୀ ଅତିମାତ୍ରାରେ ଦ୍ବିତୀୟ ବର୍ଷର ଛାତ୍ରୀ ରାଗିଂ କରାଯାଇଥିବାରୁ ସେ ଅଚେତ ହୋଇ ପଡ଼ିଥିଲେ ଓ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରୁ ଫେରିବା ପରେ ମଧ୍ୟ ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀ ଜଣକ ଗତ ଏପ୍ରିଲ ୧୩ ତାରିଖ ଟ୍ରେନିଂ ସେଣ୍ଟର ଇନ୍‌ଚାର୍ଜ ପ୍ରିନ୍ସପାଲଙ୍କୁ ଅଭିଯୋଗ କରିଥିଲେ। ହଷ୍ଟେଲରେ ଖାଦ୍ୟ ମଧ୍ୟ ଠିକ୍‌ ଭାବରେ ଦିଆଯାଉ ନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପରେ କର୍ତ୍ତୃପକ୍ଷ ତାଙ୍କୁ ଛାତ୍ରୀ ସଭାପତି ପଦରୁ ବାହାର କରି ଦେଇଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ଦ୍ବିତୀୟ ବର୍ଷର ଇଣ୍ଟରନାଲ ମାର୍କ, ପ୍ରାକ୍ଟିକାଲ ମାର୍କ କମ୍‌ ଆସିବ ବୋଲି ଧମକ ଦେଇ ଏହି ଘଟଣା ବାହାରେ ପ୍ରଘଟ କଲେ ହଷ୍ଟେଲରୁ ବାହାର କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏପରିକି ତାଙ୍କୁ ଅନ୍‌ଲାଇନ୍‌ କ୍ଲାସ ଗ୍ରୁପରୁ ମଧ୍ୟ ବାହାର କରି ଦିଆଯାଇଛି। ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ରାଗିଂ ଓ କର୍ତ୍ତୃପକ୍ଷଙ୍କ ଧମକ ଯୋଗୁଁ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ଆଜି ଏନେଇ ଉକ୍ତ ଛାତ୍ରୀଙ୍କ ବାପାଙ୍କ ନେତୃତ୍ବରେ ଅଭିଭାବକମାନେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ସେଣ୍ଟରର ଇନ୍‌ଚାର୍ଜ ପ୍ରିନ୍ସପାଲଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଉନାହାନ୍ତି। ସିଡିଏମ୍‌ଓ ଡା. କସ୍ତୁରୀ ମିଶ୍ରଙ୍କୁ ପଚରାଯିବାରୁ ସେ ମଧ୍ୟ ଏ ସଂପର୍କରେ ଲିଖିତ ଅଭିଯୋଗ ପାଇଛନ୍ତି ଏବଂ ଏହାର ଅନୁଧ୍ୟାନ କରୁଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe