ଏସ୍‌ସିବିରେ ପୁଣି ଆରମ୍ଭ ହେଲା ଆଞ୍ଜିଓଗ୍ରାମ୍

Advertisment
ଏସ୍‌ସିବିରେ ପୁଣି ଆରମ୍ଭ ହେଲା ଆଞ୍ଜିଓଗ୍ରାମ୍

କଟକ : ମାସେ ହେଲା ଏସ୍‌ସିବିରେ ବନ୍ଦ ଥିବା ଆନ୍‌ଜିଓଗ୍ରାମ ସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ସେବା ବନ୍ଦ ଯୋଗୁଁ ରୋଗୀମାନେ ଗୁରୁତର ଭାବେ ପ୍ରଭାବିତ ହୋଇଥିବାବେଳେ ଅଯଥା ଖର୍ଚ୍ଚାନ୍ତ ହୋଇ ରୋଗୀ ଯାଉଥିଲେ ଘରୋଇ ହସ୍ପିଟାଲକୁ। ବର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାମ ଚାଲିଥିବାରୁ ଆନ୍‌ଜିଓଗ୍ରାମ୍ ବନ୍ଦ ରହିଥିଲା। ତେବେ ଆଜିଠାରୁ ଏହି ସେବା ସ୍ବଭାବିକ ହୋଇଥିବା ଏସ୍‌ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ହୃଦରୋଗୀଙ୍କ ଆନ୍‌ଜିଓ ପ୍ଲାଷ୍ଟି ଓ ବାୟପାସ୍ କରାଯିବା ଅଥବା ରକ୍ତନଳୀରେ ବ୍ଲକେଜ ପରିମାଣ କେତେ ରହିଛି ସେ ସଂପର୍କୀତ ଡାଇଗ୍ନୋସିସ୍ ଆନ୍‌ଜିଓଗ୍ରାମ୍‌ରୁ ଜଣାପଡିଥାଏ। ପ୍ରତ୍ୟେକ ଦିନ ୩ରୁ ୪ଟି ଆନ୍‌ଜିଓଗ୍ରାମ୍ ହୋଇପାରୁଥିବାବେଳେ ଛୁଟି ଦିନରେ ଏହା ବନ୍ଦ ରହୁଛି। ତେବେ ଆନ୍‌ଜିଓଗ୍ରାମ୍ ପାଇଁ ରୋଗୀଙ୍କୁ ଲାଇନ୍‌ ଦେବାକୁ ପଡୁଥିବାବେଳେ ଏବେ ମାସେ ହେଲା ବନ୍ଦ ପଡିଥିବାରୁ ଅପେକ୍ଷା କରିଥିବା ଅନେକ ରୋଗୀ ସମସ୍ୟାରେ ପଡୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe