ଆଳୁ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଓଡ଼ିଶାକୁ ପଶିଆସିଲେ: ପଶ୍ଚିମବଙ୍ଗର ୧୦ ପୁଲିସକୁ ଅଟକାଇଲେ ଉତ୍ତ୍ୟକ୍ତ ଲୋକେ

Advertisment

ଓଡ଼ିଶାକୁ ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିଛନ୍ତି। ଏପରି ସମୟରେ ଆଜି ରାତି ଗୋଟିଏ ଆଳୁ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଓଡ଼ିଶା ଭିତରକୁ ପଶି ଆସିଥିବା ପଶ୍ଚିମବଙ୍ଗର ୧୦ ଜଣ ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।

ଓଡ଼ିଶାକୁ ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିଛନ୍ତି। ଏପରି ସମୟରେ ଆଜି ରାତି ଗୋଟିଏ ଆଳୁ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଓଡ଼ିଶା ଭିତରକୁ ପଶି ଆସିଥିବା ପଶ୍ଚିମବଙ୍ଗର ୧୦ ଜଣ ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।

gjdgdjjg

ଜଳେଶ୍ୱର: ଓଡ଼ିଶାକୁ ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାର କଟକଣା ଜାରି କରିଛନ୍ତି। ଏପରି ସମୟରେ ଆଜି ରାତି ଗୋଟିଏ ଆଳୁ ବୋଝେଇ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଓଡ଼ିଶା ଭିତରକୁ ପଶି ଆସିଥିବା ପଶ୍ଚିମବଙ୍ଗର ୧୦ ଜଣ ପୁଲିସ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି। ସୂଚନା ଅନୁସାରେ; ଗତ ନଭେମ୍ବର ୨ରୁ ପଶ୍ଚିମବଙ୍ଗର ମମତା ସରକାର ଓଡ଼ିଶାକୁ ଆଳୁ ଯୋଗାଣ ଉପରେ କଟକଣା ଜାରି କରିଛନ୍ତି। ଫଳରେ କୌଣସି ଆଳୁ ଗାଡ଼ି ପଶ୍ଚିମବଙ୍ଗରୁ ଓଡ଼ିଶା ଆସିପାରୁନି। ତେବେ ଆଜି (ଓଡି-୦୧ଭି-୯୧୭୦ ନମ୍ବର) ଏକ ଟ୍ରକ୍‌ରେ ଆଳୁ ବୋଝେଇ ହୋଇ ଓଡ଼ିଶା ଆସୁଥିଲା। ସନ୍ଧ୍ୟା ବେଳେ ସୀମାନ୍ତରେ ଥିବା ପଶ୍ଚିମବଙ୍ଗ ପୁଲିସର ନାକା ପଏଣ୍ଟରେ ଟ୍ରକ୍‌ଟି ଧରାପଡ଼ିଥିଲା।

ହେଲ୍‌ପର୍‌ଙ୍କୁ ଅଟକ, ଡ୍ରାଇଭରଙ୍କୁ ମାଡ଼ର ପ୍ରତିବାଦ
ପ୍ରଶାସନିକ ପ୍ରତିଶ୍ରୁତି ପରେ ସ୍ବାଭାବିକ ହେଲା ସ୍ଥିତି

ଟ୍ରକ୍‌କୁ ଛାଡ଼ିବା ପାଇଁ ଟ୍ରକ୍‌ ହେଲ୍‌ପର ପୁଲିସ ସହ ଆଲୋଚନା କରୁଥିବା ବେଳେ ଚାଳକ ଗାଡ଼ି ଚଳାଇ ଓଡ଼ିଶା ସୀମା ଭିତରକୁ ନେଇଯାଇଥିଲେ। ସଂପୃକ୍ତ ହେଲ୍‌ପର୍‌କୁ ଅଟକ ରଖିବା ସହ  ପଶ୍ଚିମବଙ୍ଗର ୧୦ ଜଣ ପୁଲିସ କର୍ମଚାରୀ ଟ୍ରକ୍‌କୁ ଗୋଡ଼ାଇ ଗୋଡ଼ାଇ ଓଡ଼ିଶା ସୀମା ଭିତରକୁ ପଶିଆସିଥିଲେ। ଶେଷରେ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ସେମାନେ ଟ୍ରକ୍‌କୁ ଅଟକାଇବାରେ ସଫଳ ହୋଇଥିଲେ। ପୁଲିସ କର୍ମଚାରୀମାନେ ଟ୍ରକ୍‌ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଟ୍ରକ୍‌କୁ ପଶ୍ଚିମବଙ୍ଗ ଫେରାଇ ନେବା ପାଇଁ ଧମକାଇଥିଲେ। ଏହି ସମୟରେ ଶତାଧିକ ସ୍ଥାନୀୟ ଲୋକ ପହଞ୍ଚି ଘଟଣା ବାବଦରେ ଅବଗତ ହୋଇଥିଲେ। ଆଳୁ କଟକଣା ନେଇ ରାଗରେ ଥିବା ଲୋକମାନେ ପଶ୍ଚିମବଙ୍ଗ ପୁଲିସକୁ ଅଟକ ରଖିବା ସହ ହେଲ୍‌ପର ଓ ଟ୍ରକ୍‌କୁ ଛାଡ଼ିବା ପାଇଁ ତାଗିଦ କରିଥିଲେ। ଅଟକ ହେଲ୍‌ପର୍‌ ଓ ଡ୍ରାଇଭର୍‌କୁ ଛାଡ଼ିବା ନେଇ ପ୍ରଶାସନିକ ପ୍ରତିଶ୍ରୁତି ମିଳିବା ପରେ ରାତି ପ୍ରାୟ ୯ଟା ବେଳେ ପଶ୍ଚିମବଙ୍ଗ ପୁଲିସ କର୍ମଚାରୀଙ୍କୁ 
ଲୋକେ ଛଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe