ଅନୁଗୁଳ: ଶୁକ୍ରବାର ପ୍ରତ୍ୟୁଷରେ ଚମ୍ପାପୁର ନିକଟରେ ଏକ ବସ୍ ଓ ଏକ ବୋଲେରୋ ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି।
ରାତି ୨ଟା ପରେ ଯାଜପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ସୁଶ୍ରୀ’ ନାମ୍ନୀ ରାତ୍ରୀଗାମୀ ବସ୍ କିଶୋରନଗର ବ୍ଲକ୍ ଅନ୍ତର୍ଗତ ଚମ୍ପାପୁର ନିକଟ ଦେଇ ପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥରେ ବିପରୀତ ପଟୁ ଆସୁଥିବା ଏକ ବୋଲେରୋ ସହ ଧକ୍କା ଖାଇଥିଲା। ୭ ଜଣ ଯାତ୍ରୀ ନେଇ ବୋଲେରୋଟି ଛତିଶଗଡ଼ରୁ ପୁରୀ ଅଭିମୁଖେ ଆସୁଥିଲା। ବସ୍ ସହ ଧକ୍କା ହେବାରୁ ବୋଲେରୋରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀ ଦ୍ୱୟ ହେଉଛନ୍ତି ୩୪ ବର୍ଷିୟ ଅଶୋକ ଦେବାଙ୍ଗ ଏବଂ ୩୬ ବର୍ଷିୟ ଗୋପାଳ ଦେବାଙ୍ଗ। ବୋଲେରୋ ଥିବା ବାକି ସମସ୍ତ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ବୋଲି କିଶୋରନଗର ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରେମାନନ୍ଦ ଲେଙ୍କାଙ୍କ ସୂତ୍ରରୁ ପ୍ରକାଶ। ଭାଗ୍ୟକୁ ବସ୍ରେ ଥିବା ସମସ୍ତ ଯାତ୍ରୀ ନିରାପଦ୍ରେ ଅଛନ୍ତି।
Follow Us