ଅନଗୁଳ: କାନ୍ଥ ପଡ଼ି ଗୋଟିଏ ପରିବାରର ଚାରିଜଣ ଆହତ

Advertisment
ଅନଗୁଳ: କାନ୍ଥ ପଡ଼ି ଗୋଟିଏ ପରିବାରର ଚାରିଜଣ ଆହତ

ପାଲଲହଡ଼ା: ରବିବାର ପ୍ରତ୍ୟୁଷରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ମୁଣ୍ଡୁରିବେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରବଞ୍ଜମୁଣ୍ଡା ଗ୍ରାମରେ ଗୋଟିଏ ମାଟିଘରର କାନ୍ଥ ପଡ଼ି ଯିବାରୁ ଗୋଟିଏ ପରିବାରର ଚାରି ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତମାନେ ହେଲେ ଅନୁକୂଳ ପିଙ୍ଗୁଆଙ୍କ ପତ୍ନୀ ସୁକୁମାରୀ, ସେମାନଙ୍କ ପିଲା ଆଦେଶ, କୃଷ୍ଣ ଓ ମନୋଜ।

ରାତି ପ୍ରାୟ ସାଢ଼େ ଚାରିଟାବେଳେ ବାହାରେ ପ୍ରବଳ ବର୍ଷା ହେଉଥିବା ବେଳେ ଅନୁକୂଳଙ୍କ ପରିବାର ନିଜର ମାଟି ଘରେ ଶୋଇଥିଲେ। ତାଙ୍କ ସ୍ତ୍ରୀ ଓ ତିନି ପିଲା ଶୋଇଥିବା ପଟକୁ ଘରର ଗୋଟିଏ କାନ୍ଥ ଭାଙ୍ଗି ପଡ଼ିବାରୁ ସେମାନେ ଭଙ୍ଗା କାନ୍ଥ ତଳେ ଚାପି ହୋଇଯାଇଥିଲେ। ସୌଭାଗ୍ୟକୁ ଅନୁକୂଳ ଶୋଇଥିବା ପଟର କାନ୍ଥ ପଡ଼ି ନ ଥିଲା ଓ ସେ ଉଠିଯାଇ ସହାୟତା ପାଇଁ ପଡ଼ୋଶୀମାନଙ୍କୁ ଡାକିଥିଲେ।

ଆହତମାନଙ୍କୁ ଭାଙ୍ଗି ପଡ଼ିଥିବା କାନ୍ଥ ତଳୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍‌ସ୍‌ ଡକରା ହେଲା କିନ୍ତୁ, ଗାଁକୁ ପଡ଼ିଥିବା ରାସ୍ତାରେ ଠାଏ ଘାଇ ହୋଇ ପାଣି ସୁଅ ଛୁଟୁ ଥିବାରୁ ଆମ୍ବୁଲାନ୍‌ସ୍‌ ଆସି ପାରିଲା ନାହିଁ।

କୌଣସିମତେ ଲୋକେ ସେମାନଙ୍କୁ ପାଲଲହଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ପିଲାଙ୍କ ଅବସ୍ଥା ଉଦ୍‌ବେଗ ଜନକ ଥିବାରୁ ସେମାନଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe