ଅନୁଗୁଳ: ଶାଳକକୁ ହତ୍ୟା କରିଥିବା ଭିଣୋଇଙ୍କୁ ଆଜୀବନ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା

Advertisment
ଅନୁଗୁଳ: ଶାଳକକୁ ହତ୍ୟା କରିଥିବା ଭିଣୋଇଙ୍କୁ ଆଜୀବନ ଜେଲ୍‌ ଓ ୧୦ ହଜାର ଟଙ୍କା ଜରିମାନା

ଅନଗୁଳ: ଶାଳକକୁ ହତ୍ୟା କରିଥିବା ଜଣେ ବ୍ୟକ୍ତିଙ୍କୁ ଗୁରୁବାର ଦିନ ଅତିରିକ୍ତ ଦୌରା ଜଜ୍‌ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।

ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଜଣକ ହେଉଛନ୍ତି ପୁରୁଣାକୋଟ ଥାନା ଅନ୍ତର୍ଗତ ଧଉରାଗୋଠ ଗାଁର ୫୫ ବର୍ଷିୟ ତ୍ରିଲୋଚନ ବେହେରା। ଶଳା ସୁଶାନ୍ତ ମୁଣ୍ଡାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦଫା ୩୦୨ରେ ମାମଲା ରୁଜୁ କରାଯାଇଥିଲା।

ଘଟଣାଟି ଘଟିଥିଲା ୨୦୧୬ ମିସିହା ଜୁଲାଇ ୨୬ ତାରିଖ ଦିନ।

ନିଜ ଗାଁର ପ୍ରଶାନ୍ତ ମୁଣ୍ଡା ଓ ସୁଶାନ୍ତ ମୁଣ୍ଡାଙ୍କ ଭଉଣୀ ମାଳତୀଙ୍କୁ ତ୍ରିଲୋଚନ ବିବାହ କରିଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପଡୁ ନ ଥିଲା। ତେଣୁ ୭/ ୮ ବର୍ଷ ତଳେ ମାଳତୀ ସ୍ୱାମୀଙ୍କ ପାଖରୁ ପଳାଇ ଆସି ସେ ଗାଁ’ରେ ତାଙ୍କ ଦୁଇ ଭାଇ ତୋଳି ଦେଇଥିବା ଏକ ଅଲଗା ଘରେ ସେ ଏକାକିନୀ ରହୁଥିଲେ।

ଘଟଣା ଦିନ ଟାଇଁସି ସାପ୍ତାହିକ ହାଟରେ ତ୍ରିଲୋଚନ ଦୁଇ ଶଳାଙ୍କୁ ଦେଖି ମାଳତୀଙ୍କୁ କାହିଁକି ଅଲଗା ଘର କରାଇ ଦେଇ ରଖିଛ ବୋଲି ପଚାରି ବିବାଦ ଆରମ୍ଭ କରିଥିଲେ। ବିବାଦ ଉଗ୍ର ହେବାରୁ ପ୍ରଶାନ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ। ସେଠାରେ ଥିବା ସୁଶାନ୍ତଙ୍କୁ ତ୍ରିଲୋଚନ ଗୋଟାଏ ଶାବଳ ଦ୍ୱାରା ପିଟି ଲହୁଲୁହାଣ କରି ପକାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅତିରିକ୍ତ ଦୌରା ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଦଣ୍ଡାଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe