ବିଧାନସଭା ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ!

ବିଧାନସଭା ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ!

ଭୁବନେଶ୍ୱର: ରାଜ୍ୟ ବିଧାନସଭା ଉପବାଚସ୍ପତି ନିର୍ବାଚନ ଆସନ୍ତାକାଲି ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଏହି ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଶ୍ରୀ ପାତ୍ର ଆଜି ମଧ୍ୟାହ୍ନ ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପତ୍ର ଦାଖଲ କରିବାକୁ ଆହ୍ଵାନ କରିଥିଲେ।

ପୂର୍ବରୁ ଉପବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ଭାବେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କ ନାମ ଘୋଷଣା କରାଯାଇଥିଲା। ଶ୍ରୀ ସିଂହ ସେହି ଅନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ତେବେ ବିରୋଧୀ ଦଳ ପକ୍ଷରୁ ଦିଆଯାଇ ନାହିଁ।

ବାଚସ୍ପତି ନିର୍ବାଚନ ବେଳେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନ ଥିଲା। ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।

ବିଧାନସଭାର ମୋଟ ଆସନ ସଂଖ୍ୟା ୧୪୭ ହୋଇଥିବା ବେଳେ ବିଜୁ ଜନତା ଦଳ ୧୧୨ ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ବିରୋଧୀ ଭାରତୀୟ ଜନତା ପାର୍ଟିର ୨୩ ଜଣ ଏବଂ କଂଗ୍ରେସର ୯ ଜଣ ସଭ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe