image source-askgif.com
ଅନୁଗୁଳ: ଅନୁଗୁଳ ଜିଲ୍ଲାରୁ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଏପରି ସ୍ଥିତିରେ ସଂକ୍ରମିତଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଏକ କଡ଼ା ପଦକ୍ଷେପ ନେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ। ଏଣିକି ଗଞ୍ଜାମ ଓ ଯାଜପୁର ଲୋକଙ୍କୁ ଅନୁଗୁଳ ଜିଲ୍ଲାରେ ପ୍ରବେଶ ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି। ଏହି ଦୁଇ ଜିଲ୍ଲା କରୋନା ହଟସ୍ପଟ୍ ହୋଇଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଏଭଳି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛି। ଯଦି କେହି ବାଧ୍ୟବାଧ୍ୟକତା ଭିତରେ ଅନୁଗୁଳ ଜିଲ୍ଲାକୁ ଆସନ୍ତି, ତେବେ ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍କୁ ବାଧ୍ୟତାମୂଳକ କରାଯାଇଥିବା ଜଣାଯାଇଛି।
ଏହି ଦୁଇ ଜିଲ୍ଲା ବ୍ୟତୀତ ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ ଆଦି ଜିଲ୍ଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ ବି କଟକଣା ଜାରି ହୋଇନାହିଁ। ଅନ୍ୟ ହଟ୍ସ୍ପଟ୍ ଜିଲ୍ଲାରୁ କିମ୍ବା ରାଜ୍ୟରୁ ଆସୁଥିଲେ କ୍ୱାରେଣ୍ଟାଇନ୍କୁ ବାଧ୍ୟତାମୂଳକ କରାଯାଇନ ଥିବା ଜଣାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ୧୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣେ ଅନୁଗୁଳ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଜୁଲାଇ ୩୧ ତାରିଖ ଯାଏଁ ଅନୁଗୁଳ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି।
Follow Us