ପାଖେଇଲାଣି ଅକ୍ଷୟ ତୃତୀୟା, ଧାନ ବିହନ ପ୍ରକ୍ରିୟାକରଣରେ ବିଳମ୍ବ

Advertisment
ପାଖେଇଲାଣି ଅକ୍ଷୟ ତୃତୀୟା, ଧାନ ବିହନ ପ୍ରକ୍ରିୟାକରଣରେ ବିଳମ୍ବ

image source-123rf.com

ଅନୁଗୁଳ: ଆଉ ମାତ୍ର ୧୫ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ଓଡ଼ିଆ ପରମ୍ପରାରେ ଏକ ପବିତ୍ର ତିଥି, ଯେଉଁଠି ଖରିଫ ଚାଷ ପାଇଁ ଚାଷୀ କରେ ମୁଠି ଅନୁକୂଳ। କିନ୍ତୁ, ବିଶ୍ୱ ମହାମାରୀ କରୋନା ପାଇଁ ଅଖି ମୁଠି ଅନୁକୂଳ ପର୍ବରେ କେବଳ ଭଟ୍ଟା ପଡ଼ିବାକୁ ଯାଉ ନାହିଁ, ବରଂ ଖରିଫ ଚାଷ ପାଇଁ ଲୋଡ଼ା ପଡୁଥିବା ଧାନ ବିହନ ପ୍ରକ୍ରିୟାକରଣରେ ବିଳମ୍ବ ଘଟାଇ ସାରିଲାଣି। ଏହି ଲକ ଡାଉନ ପାଇଁ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ ଗତିକୃଷ୍ଣପୁର ସରକାରୀ ଫର୍ମରେ ବିହନ କାମ ଆଦୌ ଆରମ୍ଭ ହୋଇ ନ ଥିବା ବେଳେ ପାଳଲହଡା ଫର୍ମରେ ଧାନର ପିଣ୍ଡ ବିହନ କାମ ମାତ୍ର ୧୦ ପ୍ରତିଶତରେ ଅଟକିଛି। ରାଜ୍ୟ ସରକାର ଆଜିଠୁ ପୁଣି ଲକଡାଉନ ସମୟ ଏପ୍ରିଲ ୩୦ ଯାଏ ବୃଦ୍ଧି କରି ଥିବା ବେଳେ କେମିତି ବିହନ କାର୍ଯ୍ୟ ଠିକଣା ସମୟରେ ଶେଷ ହେବ ଫାର୍ମ କର୍ତ୍ତୃପକ୍ଷଙ୍କୁ ଚିନ୍ତା ଘାରିଛି।

ଉଲ୍ଲେଖଯୋଗ୍ୟ, ଅନୁଗୁଳ ଜିଲ୍ଲାର ଦୁଇ ସରକାରୀ ଫର୍ମରେ ବିହନ ପ୍ରକ୍ରିୟାକରଣ କାମ କରାଯାଏ। ତା’ସହିତ ଅନୁଗୁଳ ସହର ଉପକଣ୍ଠ ପଞ୍ଚ ମହଲା ସ୍ଥିତ କେନ୍ଦ୍ରରେ ମଧ୍ୟ ବିହନ ପ୍ରକ୍ରିୟାକରଣ ହୁଏ। ସରକାରୀ ନିୟମ କହୁଛି, ଅକ୍ଷୟ ତୃତୀୟା ବେଳକୁ ବିହନ କାମ ପ୍ରାୟ ଶେଷ ହେବା କଥା। ବିହନ ନମୁନା ଭୁବନେଶ୍ୱର ସ୍ଥିତ ପରୀକ୍ଷାଗାର ରେ ଜର୍ମିନେସନ ଟେଷ୍ଟ ହେବା ପରେ ବିହନ ପ୍ୟାକେଟ ଟ୍ୟାଙ୍ଗିଙ୍ଗ ହୋଇ ସେବା ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ବଣ୍ଟା ହେବ କଥା। ଯଦିଓ ଅକ୍ଷୟ ତୃତୀୟରେ ଅଖି ମୁଠି ଅନୁକୂଳ ହେବାର ପରମ୍ପରା ରହିଛି, ତଥାପି ଚାଷୀମାନେ ଧାନ ବୁଣାବୁଣି କଲା ବେଳକୁ ମଇ ମାସ ଅଧ୍ୟ ଭାଗ ହୋଇଯାଏ। ତା ପୂର୍ବରୁ  ପ୍ରକ୍ରିୟାକରଣ କେନ୍ଦ୍ର ଗୁଡିକ ବିହନ କାମ ପ୍ରାୟ ଶେଷ କରି ଦେଇଥାନ୍ତି। ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ତିନୋଟି କେନ୍ଦ୍ର ମଧ୍ୟରୁ ପଞ୍ଚ ମହଲା ସ୍ଥିତ କେନ୍ଦ୍ରକୁ ଛାଡ଼ିଦେଲେ ଅବଶିଷ୍ଟ ଦୁଇ କେନ୍ଦ୍ର ଅସୁବିଧାରେ ପଡ଼ିଛନ୍ତି। ପାଳଲହଡା ଫାର୍ମ ସୂତ୍ର ମୁତାବକ, ଚଳିତ ବର୍ଷ ୩୫୦ କୁଇଣ୍ଟାଲ ପିଣ୍ଡ ବିହନ(ଫାଉଣ୍ଡେସନ ସିଡ) ପ୍ରକ୍ରିୟା କରଣ କରିବାକୁ ଦାୟିତ୍ୱ ଦେଇଥିଲେ। ଏ ଧାନ ଚାଷ ସରକାରୀ ଫର୍ମରେ କରାଯାଇଥିଲା। ତା’ଛଡ଼ା ଚାଷୀଙ୍କର ଦୁଇ ଶହ କୁଇଣ୍ଟାଲ ପ୍ରାମାଣିକ ବିହନ ପ୍ରକ୍ରିୟାକରଣ କରାଯିବାକୁ ଅଛି। ଫର୍ମରେ ବିହନ ସାଇତା ଯାଇଛି। କିନ୍ତୁ, ଠିକ ଲକ ଡାଉନ ପୂର୍ବରୁ ବିହନ ପ୍ରକ୍ରିୟାକରଣ କରୁ ଥିବା ମେସିନ ଅଚଳ ହୋଇଗଲା। ମରାମତି ପାଇଁ ଅନୁଗୁଳକୁ ପଠେଇଛୁ। ତା ପରଠାରୁ ରାସ୍ତା ଘାଟ ବନ୍ଦ ଯୋଗୁ ମେସିନ ଆସି ପାରୁନାହିଁ କି ବିହନ କାମ ଆରମ୍ଭ ହୋଇ ପାରୁନାହିଁ ବୋଲି ପାଳଲହଡା ସରକାରୀ ଫର୍ମର ଓଭରସିୟର  ପ୍ରସନ୍ନ ନାୟକ କହିଛନ୍ତି। ଆମେ ଏଯାବତ ମାତ୍ର ୧୦ ପ୍ରତିଶତ ପିଣ୍ଡ ବିହନ କାମ କରିଛୁ। ବାକି କାମ ପଡିଥିବା ବେଳେ ଚାଷୀଙ୍କ ପ୍ରାମାଣିକ ବିହନ ପ୍ରକ୍ରିୟାକରଣ ଏଯାବତ ହୋଇ ପାରି ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି। ମେସିନ ଆସି ନ ପାରିଲେ କାମ ହୋଇ ପାରିବ ନାହିଁ। ତେଣୁ ମେସିନ ଆଣିବା ପାଇଁ ପାସ ବ୍ୟବସ୍ଥା କରିବାକୁ ଆମେ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲାଖିଛୁ।

ପୁଲିସ ଠାରୁ ପରିବହନ ପାସ ମିଳିଲେ ଆମେ ମେସିନ ଆଣି କାମ ଠିକଣା ସମୟ ମଧ୍ୟରେ ଶେଷ କରିବୁ ବୋଲି ସେ ଆଶା ରଖିଛନ୍ତି। କିଶୋର ନଗର ବ୍ଲକ ଗତିକୃଷ୍ଣପୁର ଫର୍ମରେ କୌଣସି ଯାନ୍ତ୍ରିକ ତ୍ରୁଟି ନାହିଁ। କେବଳ ଲକଡାଉନରେ ସେ ଘରୁ ବାହାରି ପାରୁ ନାହାନ୍ତି, ସେଥିପାଇଁ ତାଙ୍କୁ ଦିଆଯାଇଥିବା ସ୍ୱର୍ଣ୍ଣ, ଦିଆର-୪୨ କିସମର ୨୬୦ କୁଇଣ୍ଟାଲ ବିହନ କାମ ଆଦୌ ଆରମ୍ଭ କରି ନାହାନ୍ତି ବୋଲି ଗତିକୃଷ୍ଣପୁର ଫାର୍ମ ଓଭରସିୟର ପ୍ରଦ୍ୟୁମ୍ନ କୁମାର ପ୍ରଧାନ କହିଛନ୍ତି।

କିନ୍ତୁ, ପଞ୍ଚ ମହଲା କେନ୍ଦ୍ରକୁ ଦିଆଯାଇଥିବା ୫ହଜାର କୁଇଣ୍ଟାଲ ବିହନ ପ୍ରକ୍ରିୟା କରଣ କାମ ଯଦିଓ ଚାଲିଛି, ଠିକଣା ସମୟରେ ବିହନର ଜର୍ମିନେସନ ଟେଷ୍ଟ ସରିବ କି ନାହିଁ ସେ ନେଇ କେନ୍ଦ୍ର ପରିଚାଳକ ଆଶିଷ କୁମାର ପ୍ରଧାନ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe