ଆବାସ ଯୋଜନାରୁ ବହୁ ଦୂରରେ ସୋନାଲି

ରିବ ଦିନ ମଜୁରିଆ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା ପ୍ରସ୍ତୁତ କରି ଚାଲୁଛନ୍ତି। ତେବେ ପ୍ରଶାସନର ଅବହେଳା ପାଇଁ ଗରିବ ଲୋକମାନଙ୍କ ପାଖରେ ପହଞ୍ଚିପାରୁନି ଏହି ଯୋଜନା।

Sonali Pradhan

ଅନୁଗୁଳ: ଗରିବ ଦିନ ମଜୁରିଆ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନା ଯୋଜନା ପ୍ରସ୍ତୁତ କରି ଚାଲୁଛନ୍ତି। ତେବେ ପ୍ରଶାସନର ଅବହେଳା ପାଇଁ ଗରିବ ଲୋକମାନଙ୍କ ପାଖରେ ପହଞ୍ଚିପାରୁନି ଏହି ଯୋଜନା। ଏହାର ନମୁନା ଦେଖୁବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ମାଟିଆ ସାହିର ୧୩ ନମ୍ବର ଓ୍ୱାର୍ଡରେ। 

ସୋନାଲି ପ୍ରଧାନଙ୍କ ପରିବାର ଭଙ୍ଗା ବରଡ଼ା ଚାଳ ଛପର ଘରେ ଜୀବନ ବିତାଉଛନ୍ତି। ଶାଶୂ, ଶ୍ୱଶୁରଙ୍କ ମୃତ୍ୟୁବରଣ କରିଥିବା ବେଳେ ସୋନାଲି ପ୍ରଧାନଙ୍କ ସ୍ବାମୀଙ୍କ ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା।  ଘରେ ରୋଜଗାର ବୋଲି କିଛି ନାହିଁ । ସୋନାଲି ପ୍ରଧାନଙ୍କ ବଡ଼ ପୁଅ ୬ ବର୍ଷର ହୋଇଥିବା ବେଳେ ସାନ ପୁଅ ୨ ବର୍ଷର, ଏହି ତିନି ଜଣକୁ ନେଇ ସୋନାଲିଙ୍କ ପରିବାର। 

ସୋନାଲି ଦୁଃଖ ଜଣାଇ କହିଛନ୍ତି ତାଙ୍କ ପରିବାରକୁ ସାହାରା କେହି ନାହିଁ। ସ୍ୱାମୀ ମଲାପରେ ଭତ୍ତା ପାଇଁ ବ୍ଲକରେ ଦରଖାସ୍ତ କରିଥିଲେ ମଧ୍ୟ ତାହା ଏବେ ଯାଏ ମିଳିନାହିଁ l ଭଙ୍ଗା ବରଡ଼ା ଛପର ଘରେ ଜୀବନ ବିତାଉଛନ୍ତି ଏହି ପରିବାର। ସୋନାଲିଙ୍କ ବୟସ ମାତ୍ର (୨୪)  ହେଇଥିବା ବେଳେ ସେ ଦିନ ମଜୁରିଆ ଭାବେ କାମ କରି ପିଲା ଦୁଇଜଣଙ୍କୁ ପ୍ରତିପୋଷଣ କରୁଛନ୍ତି।

ସୋନାଲିଙ୍କ ପାଇଁ ପକ୍କା ଛାତ ଘର ସାତ ସପନ ହୋଇପଡିଛି। ନିଜ ନାଁରେ ପଟ୍ଟା ଖଣ୍ଡିଏ ନାହିଁ। ସରକାରଙ୍କ ତରଫରୁ ଭୂମି ହୀନମାନଙ୍କୁ ପଟ୍ଟା ମିଳୁଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ଖଣ୍ଡିଏ ମିଳିପାରି ନାହିଁ। ସେ ତୁରନ୍ତ ଭତ୍ତା ଓ ଘର ଖଣ୍ଡିଏ ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସେ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି।

angul | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe