ଝିଅ ଜନ୍ମଦିନରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶ୍ରୀମନ୍ଦିର ଅାସି ଜଗନ୍ନାଥଙ୍କୁ ଦର୍ଶନ କଲେ

Advertisment
ଝିଅ ଜନ୍ମଦିନରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶ୍ରୀମନ୍ଦିର ଅାସି ଜଗନ୍ନାଥଙ୍କୁ ଦର୍ଶନ କଲେ

ପୁରୀ: ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶ୍ରୀମନ୍ଦିର ଅାସି ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି  । ଶୁକ୍ରବାର ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସିଂହଦ୍ୱାରଠାରେ କୁମ୍ବଲେ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରାଯାଇଛି । ଆଜି କ୍ରିକେଟର ଅନୀଲ କୁମ୍ବଲେଙ୍କ ଝିଅ ଜନ୍ମଦିନ ହୋଇଥିବାରୁ ସେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିବା କହିଛନ୍ତି। ମଙ୍ଗଳ ଆଳତି କରିବା ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି କୁମ୍ବଲେ।

ଅନୀଲ କୁମ୍ବଲେ କହିଛନ୍ତି, ପ୍ରଥମ ଥର ପାଇଁ ଆମେ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲୁ । ବିଶ୍ୱ କପ ହକି ଚାଲିଥିବା ବେଳେ ଭାରତୀୟ ହକି ଦଳକୁ ଏନେଇ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି କୁମ୍ବଲେ । ତେବେ ହକି ବିଶ୍ୱକପରେ ଭାରତ ବିଜୟ ହାସଲ କରୁ ବୋଲି ମଧ୍ୟ ସେ ଆଶା ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ, ଅନୀଲ କୁମ୍ବଲେ ଓ ତାଙ୍କ ପତ୍ନୀ ସକାଳ  ୫ଟାରେ ପୁରୀରେ ପହଞ୍ଚିଥିଲେ । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଅନୀଲ କୁମ୍ବଲେଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପ୍ରବଳ ଜମିଥିଲା । ଅନୀଲଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ତେବେ କୁମ୍ବଲେ ଆସିଥିବାରୁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା ଅତି ସାଧାରଣ ଭାବେ ଦୈନନ୍ଦିନ ଯେପରି ନୀତି ଚାଲେ ସେପରି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe