ପୂର୍ବ ଘଟଣାରୁ ଶିଖିଲେନି, ରାସାୟନିକ ବିଷ ଦେଇ ଜନ୍ତୁ ଶିକାର !

ପୂର୍ବ ଘଟଣାରୁ ଶିଖିଲେନି, ରାସାୟନିକ ବିଷ ଦେଇ ଜନ୍ତୁ ଶିକାର !

ବରଗଡ଼ : ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ତତ୍‌ ସଂଲଗ୍ନ ଜଂଗଲରେ ଥିବା କିଛି ଜଳାଶୟରେ ରାସାୟନିକ ବିଷ ଦେଇ ଜନ୍ତୁ ଶିକାର ଚାଲିଛି। ଖରା ଦିନେ ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଜଳାଶୟଗୁଡ଼ିକ ଶୁଖିଲା ପଡ଼ିଛି। ଅଭୟାରଣ୍ୟ ପାଖରେ କିଛି ପୋଖରୀ ରହିଛି। ଜଙ୍ଗଲରେ ଜଳାଭାବ ଥିବାରୁ ବନ୍ୟଜନ୍ତୁ ଏହି ପୋଖରୀଗୁଡ଼ିକୁ ଆସି ପାଣି ପିଇଥାନ୍ତି। ଯାହା ଶିକାରୀଙ୍କ ପାଇଁ ସୁଯୋଗ ଜୁଟାଇ ଦେଉଛି। ପୋଖରୀ ପାଣିରେ ରାସାୟନିକ ବିଷ ପ୍ରୟୋଗ କରାଯାଉଛି। ଏହି ବିଷାକ୍ତ ପାଣି ପିଇ ଜୀବଜନ୍ତୁ ଟଳି ପଡ଼ୁଛନ୍ତି। ତେବେ ଏ ନେଇ ବନବିଭାଗ ପାଖରେ ଖବର ରହୁନାହିଁ। ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ପିଇବା ପାଇଁ କିଛି ବିକଳ୍ପ ବ୍ୟବସ୍ଥା ନାହିଁ। ଫଳରେ ବନ୍ୟଜନ୍ତୁମାନେ ହୀରାକୁଦ ଜଳଭଣ୍ଡାର ଆଖପାଖରେ ଆଶ୍ରୟ ନେଇଛନ୍ତି। ସେଠାରେ ବି ବିଷ ଦେଇ ବନ୍ୟଜନ୍ତୁ ଶିକାର କରାଯାଉଛି।

ଦୁଇ ବର୍ଷ ତଳେ ବରଗଡ଼ ବନଖଣ୍ଡ ଅଧୀନସ୍ଥ ଭଟଲି ରେଞ୍ଜ ଦେଚୁଆଁ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ଅଗଭୀର ପୋଖରୀରେ ବିଷ ପ୍ରୟୋଗ କରି ଜନ୍ତୁ ଶିକାର କରାଯାଉଥିଲା। ବିଳମ୍ବରେ ଖବର ପାଇ ଡିଏଫ୍‌ଓ ତନାଘନା କରିଥିଲେ। ସେହି ପୋଖରୀରୁ ମଲା ମାଛ ଏବଂ ପାଣି ନମୁନା ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ସେଣ୍ଟର ଫର୍‌ ୱାଇଲଡ୍‌ ଲାଇଫ ହେଲ୍‌ଥ କେନ୍ଦ୍ରକୁ ପଠାଯାଇଥିଲା। ପରୀକ୍ଷା ପରେ ମଲା ମାଛ ଏବଂ ପାଣି ନମୁନାରେ କ୍ଲୋରପାଇରିଫସ୍‌ ବିଷ ମିଶିଥିବା ଜଣାପଡ଼ିଥିଲା। ମାତ୍ରାଧିକ ବିଷ ପ୍ରୟୋଗ ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଅତିକମ୍‌ରେ ଗ୍ରୀଷ୍ମ ଋତୁରେ ଅଭୟାରଣ୍ୟ ଆଖପାଖରେ ଥିବା ଜଳାଶୟର ପାଣି ନମୁନା ଯାଂଚ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶ ବନ ବିଭାଗକୁ କିଛି କାଟୁ କଲା ନାହିଁ। ପୂର୍ବ ଭଳି ବିଷ ଦେଇ ବନ୍ୟଜନ୍ତୁ ଶିକାର ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe