ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ

Advertisment
ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ

ଭୁବନେଶ୍ୱର: ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅନୀତା ଦାସ ଆଉ ଆମ ଗହଣରେ ନାହାନ୍ତି। ସେ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ ସମୟରେ ନିଜର କଟକର ମିଶନ୍‌ ରୋଡସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ୧୯୫୭ରେ ଜନ୍ମିତା ଅନୀତା ଦାସ ପ୍ରଥମେ ‘ଯାଯାବର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ସେ ବହୁ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଲୋକପ୍ରିୟ ସିନେମା ମଧ୍ୟରେ ରହିଛି ସମର ସଲିମ୍‌ ସାଇମନ୍‌, ଅକ୍ଷୀ ତୃତୀୟା, ତପସ୍ୟା, ମା ଓ ମମତା, ସ୍ୱପ୍ନସାଗର, ପୁଅ ମୋର କଳାଠାକୁର, ପାପପୁଣ୍ୟ,ବାହୁଡିବେ ମୋ’ ଜଗାବଳିଆ,ଫୁଲ ଚନ୍ଦନ, କି ହେବ ଶୁଆ ପୋଷିଲେ , ଅଣ୍ଟି ଛୁରୀ ତଣ୍ଟି କାଟେ ଏବଂ କାବୁଲା ବାରବୁଲା ଆଦି। ସେ ଓଡ଼ିଶାର ଅଧିକାଂଶ ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ।

ଅନୀତା ଦାସ ନିର୍ଦ୍ଦେଶକ ଗୋବିନ୍ଦ ତେଜ, ଶରତ ପୂଜାରୀ, ଶିଶିର ମିଶ୍ର, ପ୍ରଶାନ୍ତ ନନ୍ଦ, ମହମ୍ମଦ୍‌ ମହସୀନ୍‌, ଡି ବିଜୟ ଭାସ୍କର, ରାଜୁ ମିଶ୍ର ,ରବି କିନ୍ନାଗୀ, ହର ପଟ୍ଟନାୟକ, ବସନ୍ତ ସାହୁ , ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସଂଜୟ ନାୟକଏବଂ ରମେଶ ରାଉତ ପ୍ରମୁଖଙ୍କ କାମ କରିଥିଲେ। ସେ ଏମିତି ଜଣେ ଅଭିନେତ୍ରୀ ଯିଏ କି ଉତ୍ତମ ମହାନ୍ତି, ସିଦ୍ଧାନ୍ତ,ଶ୍ରୀତମ୍‌ ଦାସ, ଅନୁଭବ,ଅରିନ୍ଦମ୍‌ ଏବଂ ଆକାଶଙ୍କ ଭଳି ଦୁଇ ପିଢ଼ିର ନାୟକଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ।  ଅନୀତା ଦାସ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ହିନ୍ଦୀ ସିନେମା ‘ଭିଗି ପଲକେଁ’ ଏବଂ ‘ଅସୀମା’ରେ ମଧ୍ୟ ଅଭିନୟ କରିଥିଲେ।

publive-image

ତାଙ୍କ କ୍ୟାରିଅରର ମାଇଲ ଖୁଣ୍ଟ ବୋଲି କୁହାଯାଉଥିବା ସିନେମା ହେଲା ‘ତପସ୍ୟା’, ‘ମା ଓ ମମତା, ପୁଅ ମୋର କଳାଠାକୁର, ବାହୁଡିବେ ମୋ’ ଜଗାବଳିଆ, କି ହେବ ଶୁଆ ପୋଷିଲେ ଏବଂ ଅଣ୍ଟି ଛୁରୀ ତଣ୍ଟି କାଟେ । ଏକାଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe