ଅଇଁଠାପାଲି ହାଜତ ମୃତ୍ୟୁ ମାମଲା: ଜେଏମ୍‌ଏଫ୍‌ସି କରିବେ ତଦନ୍ତ

Advertisment
ଅଇଁଠାପାଲି ହାଜତ ମୃତ୍ୟୁ ମାମଲା: ଜେଏମ୍‌ଏଫ୍‌ସି କରିବେ ତଦନ୍ତ

ସମ୍ବଲପୁର :ଅଇଁଠାପାଲି ଥାନା ହାଜତରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଘଟଣା ନେଇ ବିଚାର ବିଭାଗୀୟ ତଦନ୍ତ ପାଇଁ ସିଭିଲ ଜଜ୍‌ ଜୁନିୟର ଡିଭିଜନ ତଥା ଜେଏମ୍‌ଏଫ୍‌ସି ଦିଗବିଜୟ ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାର୍ଚ ଶେଷ ସୁଦ୍ଧା ତଦନ୍ତ ଶେଷ ହେବ ବୋଲି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏକ ଚୋରି ମାମଲାରେ ଅଟକ ଥିବା ଭାଲୁପାଲି ନିବାସୀ ଅବିନାଶ ମୁଣ୍ଡାଙ୍କ ଗତ ୮ ଫେବ୍ରୁଆରି ରାତିରେ ଅଇଁଠାପାଲି ଥାନାରେ ହାଜତରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ୯ ତାରିଖ ଦିନ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଅଇଁଠାପାଲି ଥାନା ଜଳାପୋଡ଼ା ହୋଇଥିଲା। ଜିଲ୍ଲାପାଳ ଶ୍ରୀ ବର୍ମା ସେହିଦିନ ବିଚାର ବିଭାଗୀୟ ତଦନ୍ତ ପାଇଁ ସମ୍ବଲପୁର ଜିଲ୍ଲା ଜଜ୍‌ ଏସ୍‌.କେ.ପତିଙ୍କୁ ପତ୍ର ଲେଖିଛନ୍ତି। ଏହା ପରେ ଜିଲ୍ଲା ଜଜ୍‌ ଏସ୍‌.କେ.ପତି ଏହାର ତଦନ୍ତ ଦାୟିତ୍ୱ ଜେଏମ୍‌ଏଫ୍‌ସି ଦିଗବିଜଙ୍କୁ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟ ମାନବ ଅଧିକାର ସୁରକ୍ଷା ପ୍ରକୋଷ୍ଠ(ଏଚ୍‌ଆରପିସି)ର ଏସ୍‌ପି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ୩ଜଣିଆ ଟିମ ସମ୍ବଲପୁର ଆସି ମାମଲାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe