Odisha News Insight
ଭୁବନେଶ୍ବର : ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜି ପୀଡ଼ିତାଙ୍କୁ ସିବିଆଇ ଅଫିସର୍ ଭୁବନେଶ୍ବରରେ ପଚରାଉଚରା କରିଛନ୍ତି। ମୁଖ୍ୟ ଅଭିଯୁକ୍ତର ଟିଆଇ ପରେଡ୍ ସରିବା ସହ ତାକୁ ଅଞ୍ଜନା ଚିହ୍ନଟ କରି ସାରିଛନ୍ତି। ଏବେ କେବଳ ଶେଷ ଚାର୍ଜସିଟ୍ ଦାଖଲ କରିବାକୁ ରହିଛି। ଏହି କାଗଜ ପ୍ରସ୍ତୁତି ପୂର୍ବରୁ ସିବିଆଇ ତଦନ୍ତରେ କୌଣସି ଦିଗ ଛାଡ଼ିବାକୁ ଚାହୁନାହିଁ। ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ବିରୋଧରେ ଫାଇନାଲ ଚାର୍ଜସିଟ୍ ଦାଖଲ ପାଇଁ ନଥି ପ୍ରସ୍ତୁତ କରୁଛି। ଇତିମଧ୍ୟରେ ପୂର୍ବରୁ ଥିବା ତଦନ୍ତକାରୀ ଅଧିକାରୀ ଏବେ ବଦଳି ଯାଇଛନ୍ତି। ନୂଆ ତଦନ୍ତକାରୀ ଅଧିକାରୀ ଦାୟିତ୍ବ ନେବା ପରେ ଅଞ୍ଜନାଙ୍କୁ ଘଟଣା ସମ୍ବନ୍ଧରେ ପଚରାଉଚରା କରିଛନ୍ତି। ଏନେଇ ଅଞ୍ଜନା କହିଛନ୍ତି ଯେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଦରକାର। ଏଣୁ ସିବିଆଇ ଯାହା ଜାଣିବାକୁ ଚାହୁଛି, ମୁଁ ସମସ୍ତ ସୂଚନା ପ୍ରଦାନ କରିବା ସହ ସହଯୋଗ କରୁଛି ବୋଲି ସେ କହିଛନ୍ତି।
Follow Us