ମମିତା ମାମଲା: ସରକାରଙ୍କୁ ‌ଘେରିଲେ ଅଞ୍ଜନା

Advertisment

ଆଜି ବି ଓଡ଼ିଶାରେ ନାରୀ ସୁରକ୍ଷିତ ନୁହେଁ

ଆଜି ବି ଓଡ଼ିଶାରେ ନାରୀ ସୁରକ୍ଷିତ ନୁହେଁ

ମମିତା ମାମଲା: ସରକାରଙ୍କୁ ‌ଘେରିଲେ ଅଞ୍ଜନା

ଭୁବନେଶ୍ୱର : ବହୁଚର୍ଚ୍ଚିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଅଞ୍ଜନା ମିଶ୍ର। ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦୃଢ଼ମନା ଓ ଶୃଙ୍ଖଳିତ ବ୍ୟକ୍ତି। କିନ୍ତୁ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସେ କାହିଁକି ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି? ସେ କହିଛନ୍ତି ଯେ ଦିବ୍ୟଶଙ୍କର ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ ନାହିଁ। ଦିବ୍ୟଶଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ନ ଛାଡ଼ିଲେ, ପୁଲିସ କେମିତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ?

ବଡ଼ କଥା ହେଉଛି, ଏହି ସାକ୍ଷାତକାରରେ ସେ ଓଡ଼ିଶାବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ମୋ ଦୁଃସମୟରେ ରାଜ୍ୟବାସୀ ଯେମିତି ସମର୍ଥନ କରିଥିଲେ, ମମିତା ହତ୍ୟା ମାମଲାରେ ବି ସେମିତି ପ୍ରତିବାଦର ସ୍ବର ଉଠାନ୍ତୁ। ୨୨ ବର୍ଷ ତଳର ଓଡ଼ିଶା ଓ ଏବେର ଓଡ଼ିଶାରେ ନାରୀ ସମ୍ମାନରେ ସେ କିଛି ପରିବର୍ତ୍ତନ ଦେଖୁନାହାନ୍ତି। ସେବେ ବି ନାରୀ ନିର୍ଯାତନା ଥିଲା, ଏବେ ବି ଅଛି। ଟିଭି ଖୋଲିଦେଲେ ଦୁଷ୍କର୍ମ ଓ ନାରୀ ହତ୍ୟା ଭଳି ଦୈନିକ ବହୁ ମାମଲା ସାମ୍ନାକୁ ଆସୁଛି। ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ନାରୀ ସୁରକ୍ଷାରେ କୌଣସି ଉନ୍ନତି ଘଟିନାହିଁ ବୋଲି ଅଞ୍ଜନା ପରୋକ୍ଷରେ ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ ପାଖାପାଖି ଦୁଇ ଦଶନ୍ଧି ତଳେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣା ଓଡ଼ିଶା ରାଜନୀତିରେ ଭୂକମ୍ପ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe