ଆଜି ଝାରପଡା ଜେଲରେ ଟିଆଇ ପରେଡ୍, ୧୧ ଜଣଙ୍କ ଭିତରୁ ବିବନକୁ ଚିହ୍ନିବେ ଅଞ୍ଜନା

Advertisment

ଦୁଇ ଦିନିଆ ରିମାଣ୍ଡରେ ନେବା ଲାଗି ସିବିଆଇକୁ ଅନୁମତି

ଦୁଇ ଦିନିଆ ରିମାଣ୍ଡରେ ନେବା ଲାଗି ସିବିଆଇକୁ ଅନୁମତି

ଝାରପଡ଼ା ଜେଲରେ କଏଦୀଙ୍କୁ ନିର୍ଯାତନା ଅଭିଯୋଗ, ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ

ଭୁବନେଶ୍ବର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍ ବିବେକାନନ୍ଦ ବିଶ୍ବାଳର ଆଜି ସକାଳେ ଟିଆଇ ପରେଡ୍ ହେବ। ଏଥିଲାଗି ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମ୍ ସିବିଆଇ କୋର୍ଟ ଆଜି ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଉପରେ ଅନୁମତି ପ୍ରଦାନ କରିଛନ୍ତି। ଝାରପଡ଼ା ଜେଲ ପରିସରରେ ଥିବା ହଲ୍ ଭିତରେ ଜେଏମ୍ଏଫ୍‌ସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ ହେବ।

ମିଳିଥିବା ସୂଚନା ଅନୁସାରେ, ବିବନ ସହ ଅନ୍ୟ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡ଼ା କରାଯିବ। ସେହି ୧୦ ଜଣଙ୍କ ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ବିବନ ଭଳି ରହିଥିବ। ଖାଲି ସେତିକି ନୁହେଁ; ଆନୁମାନିକ ବୟସ ମଧ୍ୟ ପାଖାପାଖି ହୋଇଥିବ। ସେହି ସମୟରେ ମାଜିଷ୍ଟ୍ରେଟ ଓ ଜେଲ୍‌ର ଜଣେ ଅଧିକାରୀ ଉପସ୍ଥିତ ରହିବେ। ଅନ୍ୟ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ। ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ। ଏହାର କାଗଜପତ୍ର ମଧ୍ୟ ରହିବ। ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ। କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହେବ; ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ।

ଅନ୍ୟପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି। କୋଲକାତାରୁ ଆସି ଭୁବନେଶ୍ବରରେ କ୍ୟାମ୍ପ ଅଫିସ ଖୋଲିଥିବା ତଦନ୍ତକାରୀ ଅଧିକାରୀଙ୍କ ସହ ୫ ଜଣିଆ ଟିମ୍ ବିବନକୁ ରିମାଣ୍ଡରେ ଆଣିବା ପରେ ଅଧିକ ତଦନ୍ତ କରି ତା ବିରୋଧରେ ପ୍ରମାଣ ଯୋଗାଡ଼ କରିବେ। ଏହି ସମୟ ଭିତରେ ବିବନର ଡାକ୍ତରୀମାଇନା କରାଯିବ। ଏହା ସହ ତାର ବୟାନ ରେକର୍ଡ କରାଯିବ। ବାରଙ୍ଗରେ ଯେଉଁଠି ଘଟଣା ଘଟିଥିଲା ସେଠାରେ ବିବନକୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିବ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ ସାକ୍ଷୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇପାରେ। ଦ୍ବିତୀୟ ପର୍ଯ୍ୟାୟରେ ସିବିଆଇ ପୁଣି ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe