ଭୁବନେଶ୍ବର: ଏଏନ୍ଏନ୍ଏମ୍ ଓ ଜିଏନ୍ଏମ୍ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ହେଲା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଫଳରେ ଏହି ପରୀକ୍ଷା ପୁଣି ଥରେ କରାଯିବ। ଏହା କେବେ ଠାରୁ ଆରମ୍ଭ ସେନେଇ ଆଗାମୀ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜି ଅପରାହ୍ଣ ୨ଟାରୁ ଆରମ୍ଭ ହେବାକୁ ଥିବା ଏନ୍ଏନ୍ଏମ୍ ଓ ଜିଏନ୍ଏମ୍ ବ୍ୟାପକ ବିଭ୍ରାଟ ହୋଇଛି। ଏହି ପରୀକ୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଅଭିଯୋଗ ପରେ ସମସ୍ତ ପରୀକ୍ଷା ବାତିଲ କରାଯାଇଛି। ଏନେଇ ଓଏନ୍ଏମ୍ଇବି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଅନ୍ୟପଟରେ ଏଏନ୍ଏନ୍ଏମ୍ ଓ ଜିଏନ୍ଏମ୍ ପରୀକ୍ଷାର ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଶୀତକାଳୀନ ଅଧିବେଶନରେ ଚର୍ଚ୍ଚା ହୋଇଛି। ପରୀକ୍ଷା ବିଭ୍ରାଟ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଏନ୍ଏନ୍ଏମ୍ ଓ ଜିଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ନଜରକୁ ଆସିଛି। ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଆହୁରି ପଢ଼ନ୍ତୁ: Indigo flight Disruption : ତିନିଦିନ ମଧ୍ୟରେ ସ୍ୱାଭାବିକ ହେବ ବିମାନ ସେବା : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ମାଲକାନଗିରିରେ ଭାଇରାଲ
ଆଜି ଏଏନଏମ ଦ୍ବିତୀୟ ବର୍ଷ ଛାତ୍ରୀଙ୍କର ବୋର୍ଡ ପରୀକ୍ଷା ଥିବା ବେଳେ ପରୀକ୍ଷା ପୂର୍ବରୁ ଭାଇରାଲ ହେଇଛି ପ୍ରଶ୍ନପତ୍ର। ଆଜି ମିଡୱାଇଫେରି ବିଷୟ ଥିବା ବେଳେ ଦିନ ୨ଟା ସମୟରେ ପରୀକ୍ଷା ଆରମ୍ଭ ହେବାର ସମୟ ଥିଲା। ଏହି ପରୀକ୍ଷା ଦିନ ଦୁଇଟାରୁ ୫ଟା ପର୍ଯ୍ୟନ୍ତ ହୋଇଥାନ୍ତା। ଏହି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଚାର ହୋଇଥିଲା। ଏହି ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଥିବା ବେଳେ ୭୫ ମାର୍କର ପରୀକ୍ଷା ହୋଇଥାନ୍ତା। ପ୍ରଶ୍ନପତ୍ରଗୁଡିକ ଟ୍ରେଜେରିରେ ରଖାଯାଇଥିବା ବେଳେ ମାଲକାନଗିରି ଉପଜିଲ୍ଲାପାଳ ଏହି ବୋର୍ଡର ମୁଖ୍ୟ ତତ୍ବାବଧାନକାରୀ ରହିଛନ୍ତି। ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି କି ନାହିଁ ତାହା ଜଣାପଡିନଥିବା ବେଳେ ବୋର୍ଡ କିନ୍ତୁ ପରୀକ୍ଷାକୁ ରଦ୍ଦ କରିଦେଇଛନ୍ତି। ଏହି ପରୀକ୍ଷା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବା କୁହାଯାଇଛି। ପରୀକ୍ଷାର୍ଥୀ ପାଠ ପଢି ଆସିଥିବା ବେଳେ ଏଭଳି ପ୍ରଶ୍ନପତ୍ର ଲିକକୁ ନେଇ ସମସ୍ତଙ୍କ ମନରେ ଅସଂତୋଷ ପ୍ରକାଶ ପାଇଥିଲା। ତେବେ ଏହି ପ୍ରଶ୍ନପତ୍ର ପରୀକ୍ଷାର ପ୍ରଶ୍ନପତ୍ର ସହ ମେଳ ଖାଉଛି କି ନାହିଁ ତାହା ମଧ୍ୟ ଜଣାପଡି ନାହିଁ। ଯେଉଁ ପ୍ରଶ୍ନପତ୍ର ବାହାରେ ବୁଲୁଥିଲା ସେହି ପ୍ରଶ୍ନପତ୍ରର ସତ୍ୟତା ପରୀକ୍ଷା ହୋଇଥିଲେ ଜଣାପଡିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।
ଆହୁରି ପଢ଼ନ୍ତୁ: IndiGo Crisis, Air Fare Hike: ଆକାଶଛୁଆଁ ଆକାଶ ପଥରେ ଯାତ୍ରା: ଏକାଥରେ ୧୦ ଗୁଣା ବଢିଗଲା ବିମାନ ଟିକେଟ୍ ଦର, ଶୁଣିଲେ ଲାଗୁଛି ଡର…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/05/mkg-anm-exal-question-leak-1-2025-12-05-20-34-29.jpg)