Image Courtesy of The Atlantic
ରାୟଗଡ଼ା: ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଏନ୍ଏମ୍ ରୀନା ମହାପାତ୍ର (୪୦)। ବୁଧବାର ଅପରାହଣ୍ ୪ଟାରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ରୀନାଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ଗତ କିଛି ଦିନ ହେଲା ଜ୍ବରରେ ପୀଡ଼ିତ ଥିଲେ ରୀନା। ମେଡ଼ିସିନ୍ ଖାଇବା ପରେ ଜ୍ବର କମି ଯାଇ କିଛି ଘଣ୍ଟାର ବ୍ୟବଧାନରେ ପୁଣି ଆସୁଥିଲା। ଭାଇରାଲ୍ ଫିଭର୍ ଭାବି ରୀନା ମେଡ଼ିସିନ୍ ଖାଇ ଚିକିତ୍ସାରେ ଅବହେଳା କରିଥିଲେ। ମଙ୍ଗଳବାର ଦିନରେ ଗୁରୁତର ଭାବେ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ଚିକିତ୍ସା ପରେ ପ୍ଲେଟଲେଟ୍ କମଥିବା ଜାଣି ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାରେ ବିଳମ୍ବ ଯୋଗୁ ପ୍ଲେଟଲେଟ୍ କାଉଣ୍ଟ୍ ଆବଶ୍ୟକତାଠାରୁ କମି ଯିବା ପରେ ଗତକାଲି ରୀନାଙ୍କ ମୃତ୍ୟୁ ହୋଇଥିଲା। ରୀନାଙ୍କ ମୃତ୍ୟୁରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/11/dengue.jpg)