ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ଘୋଷଣା ନେଇ ପୁରାତନ ଛାତ୍ର ସଂସଦର ଦାବି

Advertisment
ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ଘୋଷଣା ନେଇ ପୁରାତନ ଛାତ୍ର ସଂସଦର ଦାବି
ଭଦ୍ରକ: ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ଘୋଷଣା କରିବାକୁ ପୁରାତନ ଛାତ୍ର ସଂସଦ ଗୁରୁବାର ଏକ ବୈଠକ ରେ ଦାବି କରିଛି। ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର ଏକ ବିଶେଷ ଅଧିବେଶନ ଆଜି ଅପରାହ୍ଣରେ  ଭଦ୍ରକ କଲେଜ ର ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟରେ ଡା. ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ଅଜୟ ନାୟକ ଭଦ୍ରକରେ ଏକ ପୂର୍ଣ୍ଣାଙ୍ଗ ବିଶ୍ଵବିଦ୍ୟାଳୟ ସ୍ଥାପନ ଘୋଷଣା ବିଳମ୍ବକୁ ନେଇ କ୍ଷୋଭ ପ୍ରକଟ କରିଥିଲେ। ଭଦ୍ରକ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର  ଭଦ୍ରକରେ କିଭଳି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ। ସେଥିପାଇଁ ସମସ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିବା ଉଚିତ। ଭଦ୍ରକ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ବହୁ ଅବହେଳା କରାଯାଇଛି।
ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରନ୍ତୁ ବୋଲି ପ୍ରଫେସର ମହାପାତ୍ର ବୈଠକରେ ନିଜର ମତ ରଖିଥିଲେ।  ରାଜ୍ୟ ସରକାରଙ୍କର  ‘୫ଟି’ ସଚିବ ଭି.କେ. ପାଣ୍ଡିଆନ ଉପରେ ଆମର ଅସ୍ଥା ଓ ବିଶ୍ୱାସ ଅଛି। ସେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ମୁହଁରେ ଖୁବ ଶୀଘ୍ର   ଭଦ୍ରକରେ ବିଶ୍ଵବିଦ୍ୟାଳୟ  ପ୍ରତିଷ୍ଠା ହେବା ନେଇ ଘୋଷଣା  କରିବେ। ଭଦ୍ରକରେ ଦୁଇଟି ମୁଖ୍ୟ ଦାବି ଯାହା ଭଦ୍ରକ ବାସୀଙ୍କର ବହୁଦିନ ର ସ୍ବପ୍ନ  ରହିଛି। ଭଦ୍ରକରେ  ମେଡ଼ିକାଲ କଲେଜ ଓ ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଘୋଷଣା କରିବା ନେଇ ବହୁବାର ଆନ୍ଦୋଳନ ହୋଇଛି। ମାତ୍ର ଭଦ୍ରକ ବାସୀ ଏହାର ସୁଫଳ ପାଇନାହାନ୍ତି। ରାଜ୍ୟ ସରକାରଙ୍କର ୫ ଟି ସଚିବ ଭଦ୍ରକ ଗ୍ରସ୍ତ ରେ ଗତ ଜୁନ ମାସରେ ଆସି ଭଦ୍ରକର ଲୋକଙ୍କ ଠାରୁ ଯେଉଁ ଦାବିପତ୍ର ନେଉଥିଲେ। ଏହା ଭିତରେ ମୁଖ୍ୟ ଦାବି ଥିଲା ମେଡ଼ିକାଲ କଲେଜ୍  ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବି। ଏହା ଭିତରେ ଦାବି ପତ୍ର ଦେବାର ୮ ମାସ ବିତିଗଲାଣି। ମାତ୍ର ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ବାସୀଙ୍କର ଏଇ ଦୁଇ ପ୍ରମୁଖ ପ୍ରସଙ୍ଗ ଉପରେ କିଛି  ପଦକ୍ଷେପ ନେଇ ନାହାନ୍ତି।
ସେହିଭଳି ଭଦ୍ରକର ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ଜନସଭାରେ ଭଦ୍ରକ ବିଶ୍ଵବିଦ୍ୟାଳୟ ନିଶ୍ଚିତ ହେବା କଥା କହିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ବାସୀଙ୍କର ଏଇ ଦୁଇଟି ଦାବି  ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।  ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ଆଚରଣ ବିଧି ଲାଗୁ କରିବେ। ତେବେ ତା’ ପୂର୍ବରୁ ମାନ୍ୟବର  ମୁଖ୍ୟମନ୍ତ୍ରୀ ଭଦ୍ରକରେ ଏକ ପୂର୍ଣ୍ଣାଙ୍ଗ ବିଶ୍ଵବିଦ୍ୟାଳୟ ହେବା ଘୋଷଣା କରନ୍ତି ଏବଂ ସେଥିଲାଗି ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରନ୍ତୁ ବୋଲି ସମ୍ପାଦକ  ଅଜୟ  ନାୟକ ବୈଠକରେ ସରକାରଙ୍କୁ ନିବେଦନ  କରିଛନ୍ତି। ଯଦି ସରକାର ତୁରନ୍ତ ଏହା ନ କରନ୍ତି, ତେବେ ଭଦ୍ରକର ବୁଦ୍ଧିଜୀବୀ, ଯୁବ ସମାଜ, ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନାମିକ ପନ୍ଥା ଗ୍ରହଣ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe