ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

Advertisment
ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଭବାନୀପାଟଣା: ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ମହିଳା ବୃତ୍ତିମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୩୬ ତମ ବାର୍ଷିକ ଉତ୍ସବ ସଭାପତି ଡ. ତ୍ରିଲୋଚନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ପଟ୍ଟାୟତ ସାହୁ, ମୁଖ୍ୟବକ୍ତା କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ ଯୋଗଦାନ କରିଥିଲେ।

ଛାତ୍ରୀ ସଂସଦର ଉପଦେଷ୍ଟା ଡ. ରଜନୀକାନ୍ତ ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ନାଟ୍ୟ ସଂସଦର ଉପସଭାପତି ପ୍ରଫେସର ରାଜକିଶୋର ପଣ୍ଡିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦ୍‌ଘାଟନୀ ପର୍ବରେ ପ୍ରଫେସର ଧୀରେଶ ଚନ୍ଦ୍ର ନନ୍ଦଙ୍କ ତତ୍ତ୍ୱାବଧାନରେ ବାର୍ଷିକ ମୁଖପତ୍ର ‘ମୂର୍ଚ୍ଛନା’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ କ୍ରୀଡ଼ା ସଂସଦ ଉପସଭାପତି ପ୍ରଫେସର ହେମନ୍ତ ମାଝୀ ପରିଚାଳନା କରିଥିଲେ। ଅଧ୍ୟାପିକା ନଳିନୀ ବାଗ ଧନ୍ୟବାଦ ଦେଇଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କଣ୍ଠଶିଳ୍ପୀ ଲିପ୍ସା ମହାରଣା ସଂଗୀତ ପରିବେଷଣ କରିଥିଲେ। କଲେଜ୍‌ର ଅଧ୍ୟାପକ, ଅଧ୍ୟାପିକା, ସ୍ବେଚ୍ଛାସେବୀ ଓ ଛାତ୍ରୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe