‘ବିଦ୍ୟାର୍ଥୀ କେବଳ ସରକାରୀ ସ୍କୁଲରେ ହିଁ ପ୍ରକୃତ ଶିକ୍ଷା ପାଇଥାନ୍ତି’

Advertisment

ବୋର୍ଡା ଜନତା ହାଇସ୍କୁଲ୍‌ର ବାର୍ଷିକ ଉତ୍ସବ

ବୋର୍ଡା ଜନତା ହାଇସ୍କୁଲ୍‌ର ବାର୍ଷିକ ଉତ୍ସବ

‘ବିଦ୍ୟାର୍ଥୀ କେବଳ ସରକାରୀ ସ୍କୁଲରେ ହିଁ ପ୍ରକୃତ ଶିକ୍ଷା ପାଇଥାନ୍ତି’

ଭବାନୀପାଟଣା/ବୋର୍ଡା: ଭବାନୀପାଟଣା ସଦର ବ୍ଲକ୍‌ ବୋର୍ଡା ଜନତା ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନିଶଙ୍କଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ବସନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳସଚିବ ପୀତାମ୍ବର ଭୋଇ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସମ୍ମାନିତ ଅତିଥି ଭବାନୀପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ହୃଦାନନ୍ଦ ସାହୁ, ଭବାନୀପାଟଣା ବ୍ଲକ୍‌ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ବୋର୍ଡା ସରପଞ୍ଚ ରୀନାରାଣୀ ଜାଲ ତଥା ଚନ୍ଦ୍ରିକା ଜୈନ ଡିଗ୍ରି କଲେଜ ଅଧ୍ୟକ୍ଷ ଯୋଗେଶ୍ୱର ନିଆଲ ଯୋଗ ଦେଇଥିଲେ। ଆଜି ସ୍କୁଲ ରୂପାନ୍ତରଣ ପରେ ସମାଜର ସବୁ ବର୍ଗର ଛାତ୍ରଛାତ୍ରୀମାନେ ସରକାରୀ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷାଲାଭ କରିପାରୁଛନ୍ତି ଯାହା ସେମାନଙ୍କ ଭବିଷ୍ୟତ ଜୀବନ ଜୀବିକା ପାଇଁ ଫଳପ୍ରଦ ହୋଇପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।

ଏହି ଉପଲକ୍ଷେ କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ତରଫରୁ ଶିଳ୍ପୀ ମୁକୁନ୍ଦ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଗତ ତିନି ବର୍ଷର ଟପର ୨୦୨୦ ପାଇଁ ଅନୁସୂୟା ଛତର, ୨୦୨୧ ପାଇଁ ଉର୍ମିଳା ତାଣ୍ଡି ଓ ୨୦୨୨ ପାଇଁ ଭଜନ୍ତିଶ୍ୱରୀ ମଙ୍ଗରାଜଙ୍କୁ ସ୍ୱର୍ଗତ ହରିହର ରଥ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ୟୁଟିୟା ସଭାପତି ପ୍ରଦୀପ ପଣ୍ଡା, ଥୁଆମୂଲ ରାମପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ହିମାଞ୍ଚଳ ସାହୁ, ବଶିଷ୍ଠ ଭୋଇ, ସୁକାନ୍ତ ରଥ, ମନୁରାଜ୍ ନାୟକ, ରୋଶନ ଲାଲ ଛତର, ଯୁଧିଷ୍ଠିର ଜାଲ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ବିରଞ୍ଚି ବାଗ, ବନ୍ଦନା ଭୋଇ ଓ ଦୀପ୍ତିମୟୀ ରଣା ମଞ୍ଚ ପରିଚାଳନା କରିଥିଲେ। ନିରାକାର ଗହିର ବିବରଣୀ ପାଠ କରିଥିଲେ। ଆଶୁତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରସନ୍ନ ପ୍ରଧାନ, ସୌମ୍ୟା ମଧୁରିମା, ପ୍ରତିମା ଭୋଇ, ଯୁଗଳ ଚରଣ ସାହୁ, ଅଭିଳାଷ ପଣ୍ଡା, ସୁଜିତ୍ ସାହୁ, ମନୋଜ ଶବର, ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଂଚି ଜାଲ, ବିଜୟ ଦାସ, ଯାଜ୍ଞସେନ ମାଝୀ ତଥା ଗ୍ରାମବାସୀମାନେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe