Literary Discussions: ସାହିତ୍ୟକୁ ବଞ୍ଚାଇବା ପାଇଁ ଆଗାମୀ ପିଢିଙ୍କୁ ଗୁରୁତ୍ବ

Advertisment

ଆଜି ମାଲକାନଗିରି ସମ୍ବାଦ ସାହିତ୍ୟଘରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏମୟୁଜେ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା କବି ଚକ୍ରପାଣି ପରିଛା ଉପସ୍ଥିତ ଥିଲେ।

ଆଜି ମାଲକାନଗିରି ସମ୍ବାଦ ସାହିତ୍ୟଘରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏମୟୁଜେ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା କବି ଚକ୍ରପାଣି ପରିଛା ଉପସ୍ଥିତ ଥିଲେ।

Mkg sahitya ghar annual funtion (3)

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା):  ଆଜି ମାଲକାନଗିରି ସମ୍ବାଦ ସାହିତ୍ୟଘରର ୧୦ମ ବାର୍ଷିକ ଉତ୍ସବ ସ୍ଥାନୀୟ ଏମୟୁଜେ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ତଥା କବି ଚକ୍ରପାଣି ପରିଛା ଉପସ୍ଥିତ ଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଯୋଜନା ବୋର୍ଡର ଉପନିର୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟଘରର ସଭାପତି ଡ.ରଂଜନ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ରବୀନ୍ଦ୍ର କୁମାର ମହାରଣା,ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସଂପାଦକ ସୁକାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ପରିଚୟ  ଓ ସ୍ବାଗତ ଭାଷଣ ଦେଇଥିଲେ ଉପସଭାପତି ପ୍ରମୋଦ କୁମାର ସେନାପତି। ଜିଲ୍ଲା ସଂଯୋଜକ ପ୍ରମେନ୍ଦ୍ର ପରିଛା ସାହିତ୍ୟ ଘରର ଉଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ।

ମୁଖ୍ୟବକ୍ତା ଶ୍ରୀ ଦଳେଇ ରବୀନ୍ଦ୍ର ନାଥ ଠାକୁରଙ୍କର କାଳଜୟୀ କାବ୍ୟ ଗ୍ରନ୍ଥ ଗୀତାଞ୍ଜଳି ସଂପର୍କରେ ଏକ ତଥ୍ୟ ଭିତ୍ତିକ ଆଲୋଚନା ଉପସ୍ଥାପନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପରିଛା ଭାବ ଏବଂ ଅନୁଭବ କବିତାର ଶାବ୍ଦିକ ଉଚ୍ଚାରଣ ବୋଲି ପ୍ରକାଶ କରିବା ସହ କବିତାରେ ରୂପକଳ୍ପ,ପ୍ରତୀକ ଇତ୍ୟାଦିର ପ୍ରୟୋଗ ସଂପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ। ପରେ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ଓ ସଦସ୍ୟାମାନେ ସ୍ବରଚିତ କବିତା ପାଠ କରିଥିଲେ। 

ଆହୁରି ପଢ଼ନ୍ତୁ: Rahul Gandhi with Kid: ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ

ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ବିଜୟଲକ୍ଷ୍ମୀ ସେଠୀ, ସୁକନ୍ତ ସାହୁ ଓ ଗଲୋକ ଚନ୍ଦ୍ର ଦଳେଇ ସଂଯୋଜନା କରିଥିଲେ। ଧନ୍ୟବାତ ଅର୍ପଣ କରିଥିଲେ ନୀଳକଣ୍ଠ ବେହେରା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ତପସ୍ଵିନୀ ଲେଙ୍କା, ଅଲେଖ ପାତ୍ର, ଡ ଦୀନବନ୍ଧୁ ବେଜ୍, ସୁକାନ୍ତ ସାହୁ, ପ୍ରମୋଦ ସେନାପତି, ଜୟଦେବ ପଣ୍ଡା, ଅଙ୍ଗୁରବାଳା ସ୍ବାଇଁ, ରବୀନ୍ଦ୍ର କୁମାର ମହାରଣା, ରମେଶ ମଲ୍ଲ, ବିଜୟ ଲକ୍ଷ୍ମୀ ସେଠୀ, ନିରଞ୍ଜନ ମହାରଣା, ଅଶୋକ ମିଶ୍ର,ଅର୍ପିତା ଜେନା, ବୀଣାପାଣି ଦେବୀ, ନୀଳକଣ୍ଠ ଭୂମିଆ, ଜୟକୃଷ୍ଣ ସାହୁ,ଚକ୍ରପାଣି ପରିଚ୍ଛା, ସୁଲୋଚନା ଦାସ ପଟ୍ଟନାୟକ, କୃଷ୍ଣପ୍ରିୟା ପାଇକରାୟ, ଜ୍ଞାନେନ୍ଦ୍ର ସ୍ବାଇଁ, ନୀଳକଣ୍ଠ ବେହେରା ନିଜର ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ୍ ମଣ୍ଡଳ, ରାଜ୍ୟ ଉପସଭାପତି ରଞ୍ଜିତ ନାୟକ, ନୀଳକଣ୍ଠ ବେହେରା, ବ୍ଲକ ଶିକ୍ଷକ ସଂଘ ସଭାପତି ତଥା ଶିକ୍ଷାବିତ୍ ରାମ ପ୍ରସାଦ ପାଢ଼ୀ, ନିତ୍ୟାନନ୍ଦ ପଣ୍ଡା ବିଧାନ ବିଶ୍ୱାସ, ସନ୍ତୋଷ ପଣ୍ଡା ଅଶୋକ କୁମାର ଷଡଙ୍ଗୀ, ବଳଭଦ୍ର ନାୟକ, ମାନସ ରଞ୍ଜନ ମହାପାତ୍ର, କଳ୍ପତରୁ ନାୟକ, ନାଗେଶ ମାଡ଼ି, ରାଜେଶ ପୂଜାରୀ, ଜିତେନ୍ଦ୍ର କୁମାର ତ୍ରିପାଠୀ, ଗୁଣନିଧି ଲାବଲା, ସୁଶାନ୍ତ ସାହୁ, ବେଣୁପାଣି ଖାଡାଙ୍ଗା  ସମେତ ଅଶୋକ ମିଶ୍ର, ବିକ୍ରମ ପାଢୀ, ପ୍ରକାଶ ପଟ୍ଟନାୟକ, ରାହୁଲ ଗଲୋରୀ, ବରିଷ୍ଠ ନାଗରିକ, ସାହିତ୍ୟ ପ୍ରେମୀ  ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Cricket: ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ବିବାଦ: ଲାହୋରରେ ‘ବିସିବି’ ମୁଖ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe