ସମ୍ବାଦ ବାର୍ଷିକ ପ୍ରତିଯୋଗିତା: ବିତର୍କରେ ମନୋଜ, ସାରେଗାମାରେ ଈଶ୍ବରୀ ପ୍ରଥମ

Advertisment
ସମ୍ବାଦ ବାର୍ଷିକ ପ୍ରତିଯୋଗିତା: ବିତର୍କରେ ମନୋଜ, ସାରେଗାମାରେ ଈଶ୍ବରୀ ପ୍ରଥମ

ବ୍ୟାସନଗର : ‘ସମ୍ବାଦ’ ପକ୍ଷରୁ ଆଜି ଯାଜପୁର ଜୋନ୍‌ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଯାଜପୁରରୋଡ୍‌ ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଶତାଧିକ ଛାତ୍ରଛାତ୍ରୀ ଭାଗନେଇ ନିଜନିଜ ପ୍ରତିଭାକୁ ବିଚାରକଙ୍କ ଆଗରେ ଉପସ୍ଥାପନ କରିଥିଲେ। ‘ଆତ୍ମହତ୍ୟା ପାଇଁ ପରିବାର ଦାୟୀ’ ବିଷୟବସ୍ତକୁ ନେଇ ପ୍ରଥମେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂଶୟ ରହିଥିଲେ ମଧ୍ୟ ସମସ୍ତେ ନିଜନିଜ ଦୃଷ୍ଟିକୋଣରୁ ଚମତ୍କାର ବିତର୍କ କରିଥିଲେ। ସାରେଗାମାରେ ଈଶ୍ବରୀ ସାହୁ ପ୍ରଥମ, ସତ୍ୟଜିତ ପାତ୍ର ଦ୍ବିତୀୟ, ସ୍ବାତୀ ମିଶ୍ର ତୃତୀୟ ଓ ବିତର୍କ ପ୍ରତିଯୋଗିତାରେ ମନୋଜ କୁମାର ସାହୁ ପ୍ରଥମ, ସତ୍ୟରମଣ ତ୍ରିପାଠୀ ଦ୍ବିତୀୟ ଓ ତ୍ରିନାଥ ସାହୁ ତୃତୀୟ ହୋଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ସାରେଗାମାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରମୋଦ କୁମାର ଶତପଥୀ ଯୋଗଦେଇ କହିଥିଲେ ଯେ ସମ୍ବାଦ ଜ୍ଞାନର ଗନ୍ତାଘର। ଏକମାତ୍ର ଗଣମାଧ୍ୟମ ସଂସ୍ଥା ଯିଏକି ସବୁବେଳେ ମା, ମାଟି ଓ ମାତୃଭାଷା ପାଇଁ ସଂଘର୍ଷ କରୁଛି। ‘ସମ୍ବାଦ’ କେବଳ ଗଣମାଧ୍ୟମ ନୁହେଁ ଏକ ଭରସାଯୋଗ୍ୟ ଅନୁଷ୍ଠାନ, ଯେଉଁଥିପାଇଁ ମହାମହିମ ରାଜ୍ୟପାଳ ମଧ୍ୟ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଭରସା କରିପାରୁଛନ୍ତି। ଛୋଟ ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର ପ୍ରତିଯୋଗିତାଠାରୁ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତ‌ିଯୋଗିତା ମାଧ୍ୟମରେ ସାରା ଓଡ଼ିଶାରେ ପ୍ରତିଭା ଅନ୍ବେଷଣ ହୋଇପାରୁଛି।

ବିଚାରକ ଭାବରେ ଯୋଗଦେଇଥିବା ବ୍ୟାନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବଚରଣ ମାଝି ପ୍ରତିଯୋଗୀମାନଙ୍କୁ ଜୀବନରେ ସବୁବେଳେ ସକାରାତ୍ମକ ଦିଗ ପ୍ରତି ଦୃଷ୍ଟି ଦେଇ‌ କାମ କରିବାକୁ ପରାମର୍ଶ ଦେଇଥିଲେ। ଏଭଳି ଦୃଷ୍ଟିଭଙ୍ଗୀଦ୍ବାରା ଆତ୍ମହତ୍ୟା ପ୍ରବଣତାକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ସେ କହିଥିଲେ। ସେହିପରି ପିଲାମାନେ ଭାଙ୍ଗି ନପଡ଼ି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସୁନ୍ଦର ଜୀବନ ଗଢ଼ିବା ପାଇଁ ଡ. ମୋହନ ଚରଣ ଖୁଣ୍ଟିଆ, ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଓ ଅଧ୍ୟାପିକା ଅନିମା ପ୍ରଧାନ ପରାମର୍ଶ ଦେଇଥିଲେ।

ବିତର୍କରେ ବିଚାରକ ଭାବେ ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଶିବଚରଣ ମାଝୀ, କାହ୍ନଚରଣ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଣ୍ଟିଆ, ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଡ. ପ୍ରଜ୍ଞାପ୍ରବର୍ତ୍ତିକା ଦାସ, ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଅନିମା ପ୍ରଧାନ ମୂଲ୍ୟାଙ୍କନ କରିଥିଲେ।

publive-image

ସାରେଗାମାରେ ବିଚାରକ ଭାବେ ରଞ୍ଜିତ ମହାପାତ୍ର, ରମାକାନ୍ତ ସାହୁ, ଶୁଭଲକ୍ଷ୍ମୀ ବେହେରା, ଅଧ୍ୟାପିକା ମମତାମୟୀ ଦାସ ମୂଲ୍ୟାଙ୍କନ କରିଥିଲେ। ମଞ୍ଚ ପରିଚାଳନା ବ୍ୟଙ୍ଗକବି ବାଇଧର ମାଝୀ। ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପକ ଜ୍ୟୋତିପ୍ରକାଶ ରାଉତ, ଚିତ୍ତରଞ୍ଜନ ବଳ, ମଳୟ କୁମାର ମଲ୍ଲିକ, କର୍ମଚାରୀ ପ୍ରଦୀପ କୁମାର ଦାସ, ଶିବପ୍ରସାଦ ଦାସ, ବସନ୍ତ କୁମାର ସେଠୀ, ଜୟପ୍ରକାଶ ଦାସ, ଅଚ୍ୟୁତାନନ୍ଦ ମଲ୍ଲିକ ଓ ରମେଶ ସ୍ବାଇଁ। ମୁଖ୍ୟଅତିଥି ଡ. ପ୍ରମୋଦ କୁମାର ଶତପଥୀ, ‘ସମ୍ବାଦ’ ପକ୍ଷରୁ ସହକାରୀ ମହାପ୍ରବନ୍ଧକ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ପ୍ରତିନିଧି ସଂଗ୍ରାମକେଶରୀ ସିଂହ, ବରିଷ୍ଠ ସହସମ୍ପାଦକ ଡ. ଚିତ୍ତରଞ୍ଜନ ବେହେରା, ସଂଜୀବ କୁମାର ମହାନ୍ତ, ମାନସ ବେହେରା, ପ୍ରଦୀପ କୁମାର ଦାସ, ଗିରିଜା ଶଙ୍କର ବେହେରା, ବିଜ୍ଞାପନ ଅଧିକାରୀ ଚନ୍ଦନ ପ୍ରକାଶ ପାତ୍ର, ପ୍ରସାର ବିଭାଗ ଅଧିକାରୀ ସୁଧାଂଶୁ ଶେଖର ନାୟକ, ବିତ୍ତ ଅଧିକାରୀ ମାନସ କୁମାର ପରିଡ଼ା, ‘ସମ୍ବାଦ’ ପ୍ରତିନିଧି ବିରଞ୍ଚି ନାରାୟଣ ଖୁଣ୍ଟିଆ, ପୀତବାସ ଭୂୟାଁ, ଶୁଭାଶିଷ ପଣ୍ଡା, ହରିହର ପଲେଇ। ଇନ୍ଦିରା ଗାନ୍ଧି ମହିଳା ମହାବିଦ୍ୟାଳୟର ଛାତ୍ରୀ ପଦ୍ମାବତୀ ଜେନା, ରୀମାରାଣୀ ମଲ୍ଲିକ, ପ୍ରଭାସିନୀ ମଲ୍ଲ, ସୁଶ୍ରୀ ହେମାଙ୍ଗିନୀ ମହାନ୍ତ, ଜ୍ୟୋତିର୍ମୟୀ ବାରିକ, ପ୍ରିୟଦର୍ଶିନୀ ସ୍ବାଇଁ, ସାବିତ୍ରୀ ମହାନ୍ତ, ମାନସୀ ମହାନ୍ତ, ଶ୍ରୀୟା ରାଉତ, ସୋନାଲି ପାଲିଆ, ଅନ୍ବେଷା ଜେନା, ଦେବସ୍ମିତା ଦେଓ, ଈପ୍‌ସିତା ପ୍ରିୟଦର୍ଶିନୀ ସିଂହ, ମେଘନା ବାଇ, ଶୁଭଶ୍ରୀ ବାରିକ, ସୋନାଲି ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ୟାସନଗର ସମ୍ବାଦ ପ୍ରତିନିଧି ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe