-ପୁଣି ଦଲକି ଜଙ୍ଗଲକୁ ଫେରିଲେ ଝାଡ଼ଖଣ୍ଡି ହାତୀପଲ
-ନୟାନ୍ତ ହେଲାଣି ବନବିଭାଗ
-ପାଚିଲା ଧାନକ୍ଷେତ ଉଜୁଡିବା ଚିନ୍ତାରେ ଚାଷୀ

Advertisment

ବୈଶିଙ୍ଗା: ପଶ୍ଚିମବଙ୍ଗ ଦେଇ ମୟୂରଭଂଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ ଗତ ସପ୍ତାହ ଶନିବାର ପ୍ରବେଶ କରି ବେତନଟୀ ରେଞ୍ଜର ବିଭିନ୍ନ ଜଙ୍ଗଲାଞ୍ଚଳରେ ସପ୍ତାହେରୁ ଊର୍ଦ୍ଧ୍ବ ଧରି ହାତୀପଲ ଉପଦ୍ରଵ ଜାରି ରଖିଛନ୍ତି। ଏହି ହାତୀପଲ ଗତ ସୋମବାର ମଧ୍ୟରାତ୍ରିରେ ନୀଳଗିରି ମୁହାଁ ହୋଇଥିଲେ। ତେବେ ପଲରେ ଥିବା ଏକାଧିକ ହାତୀ ଶାବକ ନଦୀ ପାର କରି ନପାରିବାରୁ ସମଗ୍ର ହାତୀପଲ ବୁଢାବଳଙ୍ଗ ନଦୀ ପଠାରୁ ଫେରି ଆସିଥିବାବେଳେ ଦୁଇ ଦିନ ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ନଡ଼ପୁର ଉପକଣ୍ଠ ଦଲକି ଜଙ୍ଗଲରେ ୩ଦିନ ଧରି ବିତ୍ପାତ କରୁଥିବା ୫୩ଟିକିଆ ହାତୀପଲ ଗୁରୁବାର ରାତି ପ୍ରାୟ ୯ଟା ୩୦ରେ ଜଙ୍ଗଲରୁ ବାହାରି ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଝାଡ଼ଖଣ୍ଡ ମୁହାଁ ହୋଇଥିଲେ।

ଏହି ଖବର ପଢ଼ନ୍ତୁ: ଗୋଠଛଡ଼ା ହାତୀ ଆକ୍ରମଣରେ ଚାଷୀ ମୃତ

ଗତକାଲି ବିଳମ୍ବିତ ରାତିରେ ୟୁଟର୍ନ କରି ରୁପ୍ସା-ବାଙ୍ଗିରିପୋଷି ରେଳପଥ ପାର କରିବା ସହିତ ବଗଲପୁର ଠାରେ ୧୮ନଂ ଜାତୀୟ ରାଜପଥ ପାର କରି ଫୁଲଝରି ଦେଇ ଦଲକି ଜଙ୍ଗଲରେ ପଶିଲେ ହାତୀପଲ। ୫୩ଟିକିଆ ପଲରୁ ୧୦ଟା ପାଖାପାଖି ହାତୀ ତିଳଦା ଆଖପାଖ ଜଙ୍ଗଲରେ ରହିଯାଇଛନ୍ତି। ଅନ୍ୟପଟେ ଶୁକ୍ରବାର ରାତି ପୁଣି ରାସଗୋବିନ୍ଦପୁର ପଟ ଦେଇ ୧୦ଟିକିଆ ହାତୀପଲ ବେତନଟୀ ରେଞ୍ଜରେ ପ୍ରବେଶ କରିଛନ୍ତି, ଯୋଉଁଥିପାଇଁ ଉକ୍ତ ରେଞ୍ଜରେ ହାତୀ ସଂଖ୍ୟା ୭୩କୁ ବୃଦ୍ଧି ପାଇଛିl ତେବେ ହାତୀପଲଙ୍କୁ ଘୋଉଡି ଘୋଉଡି ନୟାନ୍ତ ହେଲେଣି ବନବିଭାଗ, ଅନ୍ୟପଟେ ହାତୀପଲର ପ୍ରତ୍ୟାବର୍ତନକୁ ଦେଖି ଧାନଚାଷୀଙ୍କ ଚିନ୍ତା ବଢ଼ିଗଲାଣି।

publive-image

ସୂଚନା ଅନୁଯାଇ ଗତ ସପ୍ତାହ ଶନିବାର ୫୩ଟିକିଆ ଝାଡଖଣ୍ଡି ହାତୀପଲ ପଶ୍ଚିମବଙ୍ଗ ରାଜ୍ୟ ଦେଇ ଓଡିଶା ପ୍ରବେଶ କରିବାପରେ ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚାଷଜମି କ୍ଷତି କରିବାପରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ହାତୀପଲ ବେତନଟୀ ରେଞ୍ଜ ଅଧୀନ ଯୁଗଳ ପଟ ଦେଇ ୧୮ନଂ ଜାତୀୟ ରାଜପଥର ବଗଲପୁର ନିକଟରେ ରାଜପଥ ଅତିକ୍ରମ କରି ମଧ୍ୟରାତ୍ରିରେ ସ୍ଥାନୀୟ ଫୁଲଝୁରି ଜଙ୍ଗଲରେ ପଶିଥିଲେl ପରେ ବେତନଟୀ ରେଞ୍ଜ ଅଧୀନ ଏକର ଏକର ଧାନକ୍ଷେତ ସମେତ ନଡ଼ପୁର ଦଲକି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୁଢୀଆଣି ଜାଲ ଭଳି ଛନ୍ଦାଛନ୍ଦି ଚାଲୁ ଥିବାରୁ ଗୋଟିଏ ସ୍ଥାନ ଅତିକ୍ରମ କରିବାକୁ ଦୀର୍ଘ ସମୟ ଲାଗୁଥିବାର ପରିଲକ୍ଷିତ ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷା ବର୍ଷରୁ ପ୍ରଚଳନ ହେବ ଜାତୀୟ ଶିକ୍ଷା ନୀତି

ହାତୀପଲ ସୋମବାର ବିଳମ୍ବିତ ରାତିରେ ଦଲକି ଜଙ୍ଗଲରୁ ବାହାରି ପୂର୍ବ ବର୍ଷ ଭଳି ଚିରାଚରିତ ଢଙ୍ଗରେ ପାଟୁଳିପୁରା ଦେଇ ଦାରିହା ଠାରେ ବୁଢ଼ାବଳଙ୍ଗ ନଦୀ ଅତିକ୍ରମ କରିବାକୁ ଆଗକୁ ବଢିବାକୁ ଚେଷ୍ଟା କରୁଥିବା ସମୟରେ ପଲରେ ଥିବା ଶାବକ ହାତୀ ବୁଢ଼ାବଳଙ୍ଗ ପାଣିକୁ ଦେଖି ଡରିଯାଇଥିଲେ ଓ ଆଗକୁ ବଢିନଥିଲେ। ଫଳରେ ଅନ୍ୟ ଉପାୟ ନପାଇ ସମଗ୍ର ହାତୀପଲ ପୁଣି ଥରେ ଦଲକି ଜଙ୍ଗଲକୁ ପ୍ରତ୍ୟାବର୍ତନ କରିଥିଲେ ଓ ସେଠାରେ ୩ଦିନ ଧରି ଜଙ୍ଗଲ ପାଖ ଚାଷ ଜମିରେ ଉପଦ୍ରଵ ଜାରି ରଖିଥିଲେ। 

ଏହି ଖବର ପଢ଼ନ୍ତୁ: ଆଇଏଏସ୍‌ ସ୍ତରରେ ଅଦଳବଦଳ

ତେବେ ହାତୀପଲ ଆଉ ଆଗକୁ ନବଢି ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଜଙ୍ଗଲରୁ ବାହାରି ପୁଣି ଥରେ ବଗଲପୁର ନିକଟରେ ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରିଥିଲେ ଓ ଯୋଉଁଥିପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଥିଲାl ପରେ ଯୁଗଳ ନିକଟରେ ରୁପ୍ସା-ବାଙ୍ଗିରିପୋଷି ରେଳପଥ ଅତିକ୍ରମ କରି ତାଙ୍କ ଆସିଥିବା ରାସ୍ତାରେ ବାବୁଡି ଯାଇଥିଲେl ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ଥରେ ରେଳପଥ ଓ ରାଜପଥ ଅତିକ୍ରମ କରି ଦଲକି ଜଙ୍ଗଲରେ ପ୍ରବେଶ କରିଛନ୍ତିl 

ଏହି ଖବର ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଯୋଜନା