ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୪୯, ଖୋର୍ଦ୍ଧାରୁ ସର୍ବାଧିକ ୨୯୪

Advertisment
ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୪୯, ଖୋର୍ଦ୍ଧାରୁ ସର୍ବାଧିକ ୨୯୪

ଭୁବନେଶ୍ୱର: ରାଜ୍ୟରେ ଆଜ ୧୦୪୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୨୯୪ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୮ ହଜାର ୧୫୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରୁ ୫୪, ଯାଜପୁରରୁ ୫୨, ରାୟଗଡ଼ାରୁ ୪୬, ଜଗତସିଂହପୁରରୁ ୪୨, ଦେବଗଡ଼ରୁ ୩୯, ଗଜପତିରୁ ୩୮, ସମ୍ବଲପୁରରୁ ୩୫, କଳାହାଣ୍ଡି, ମୟରୂଭଂଜ ଓ କେନ୍ଦ୍ରାପଡ଼ାରୁ ୩୪ ଜଣ କରୋନରୁ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୨୮, ଭଦ୍ରକରୁ ୨୭, ଢେଙ୍କାନାଳରୁ ୨୬, ବରଗଡ଼ରୁ ୨୫, ଗଂଜାମରୁ ୨୪, ନୟାଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୫, ନୂଆପଡ଼ାରୁ ୧୧, ଅନୁଗୁଳ, ନବରଂଗପୁର, ସୁବର୍ଣ୍ଣପୁରରୁ ୯ ଜଣ ଲେଖାଏଁ, କେନ୍ଦୁଝରରୁ ୮, କନ୍ଧମାଳରୁ ୬, ମାଲକାନଗିରିରୁ ୫, ପୁରୀରୁ ୩, ବଲାଙ୍ଗୀରରୁ ୨ ଓ ରାଜ୍ୟପୁଲରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୪୯୨ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe