ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୨୭୧ ଜଣ ଆକ୍ରାନ୍ତ

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୨୭୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୨ ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୫୧୬କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଳାରୁ ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରୁ ୧୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୩ ଜଣ, ମୟୂରଭଂଜ ଜିଲ୍ଲାରୁ ୯୪ ଜଣ, ଅନୁଗୁଳ ଜିଲ୍ଲାରୁ ୬୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୫୮ ଜଣ, ବରଗଡ଼ ଜିଲ୍ଲାରୁ ୫୫ ଜଣ, କଳାହାଣ୍ଡି ଜିଲ୍ଳାରୁ ୫୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪୬ ଜଣ, କେନ୍ଦୁଝର ଜିଲ୍ଲାରୁ ୪୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୧ ଜଣ ଓ ନବରଂଗପୁର ଜିଲ୍ଲାରୁ ୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରୁ ୩୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୩୪ ଜଣ, ସମ୍ବଲପୁର ଜିଲ୍ଲାରୁ ୩୦ ଜଣ, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାରୁ ୨୫ ଜଣ ଲେଖାଏଁ, ଯାଜପୁର, ରାୟଗଡ଼ା ଜିଲ୍ଲାରୁ ୨୦ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୧୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮ ଜଣ, କୋରାପୁଟ ଜିଲ୍ଲାରୁ ୧୭ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୬ ଜଣ, ଗଂଜାମ ଜିଲ୍ଲାରୁ ୧୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୩ ଜଣ, ଦେବଗଡ଼ ଜିଲ୍ଲାରୁ ୧୧ ଜଣ, ଗଜପତି ଜିଲ୍ଲାରୁ ୫ ଜଣ ଓ ରାଜ୍ୟପୁଲରୁ ୩୧ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe