ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୫୨, ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦

Advertisment
ଆଜି ବି ହଜାରେ ଉପରେ ରାଜ୍ୟରେ ଦୈନିକ ସଂକ୍ରମଣ, ୧୨୨ ଜଣ ୧୮ ବର୍ଷରୁ କମ୍ ବୟସର

YouTube

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଜି ୧୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ବୌଦ୍ଧ ଜିଲ୍ଲାରୁ ସର୍ବାଧିକ ୨୦ ଜଣ ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୯୭୪ରେ ପହଞ୍ଚିଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ନବରଂଗପୁର ଜିଲ୍ଲାରୁ ଆଜି ୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ୧୨-୧୨, ମୟୂରଭଂଜରୁ ୧୧, ଗଜପତି, ଖୋର୍ଦ୍ଧାରୁ ୧୦-୧୦, ଯାଜପୁର, ସମ୍ବଲପୁରରୁ ୯-୯, ଗଂଜାମରୁ ୫, ଅନୁଗୁଳ, ବାଲେଶ୍ୱର, କଟକ, ରାୟଗଡ଼ାରୁ ୪ ଜଣ ଲେଖାଏଁ, ଭଦ୍ରକ, ବଲାଙ୍ଗୀର ଢେଙ୍କାନାଳ, କୋରାପୁଟ, ମାଲକାନଗିରିରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ, ଜଗତସିଂହପୁର, କଳାହାଣ୍ଡି, ନୟାଗଡ଼, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟ ପୁଲ୍‌ରୁ ୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ରାଜ୍ୟରେ ଆଜି ୭୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe